ନୂଆପଡା : ନୂଆପଡ଼ାରେ ବାଘ ଆତଙ୍କ । ଗୁହାଳରେ ପଶି ଗାଈକୁ ମାରିଲା କଲରାପତରିଆ । ଧରମବନ୍ଧା ଥାନା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଆଶରାମ ରାଉତଙ୍କ ଗୁହାଳରେ ପଶି ଗାଈକୁ ମାରିଦେଇଥିବା ଅଭିଯୋଗ ହୋଇଛି ।
ଗ୍ରାମବାସୀଙ୍କ ହୋହଲ୍ଲା ପରେ ବାଘଟି ଗାଈକୁ ଛାଡ଼ି ଜଙ୍ଗଲକୁ ପଳାଇଥିଲା । ଏହା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କଲରାପତରିଆ ବାଘ ଗାଁ ନିକଟ ଜଙ୍ଗଲରେ ରହିଥିବା ଜଣାପଡ଼ିଛି। ପଣ୍ଡରୀପାଣି ଗାଁରେ ପହଞ୍ଚି ବନବିଭାଗ ତଦନ୍ତ କରିବା ସହ ବାଘର ଗତିବିଧି ଉପରେ ନଜର ରଖିଛନ୍ତି ।
Views: 22