ନୂଆପଡା : ନୂଆପଡାରେ ଝାଡାବାନ୍ତି ଆତଙ୍କ । ସିନାପାଲି ବ୍ଲକ ନଙ୍ଗଲବୋର୍ଡ ଗାଁରେ ଝାଡାବାନ୍ତିରେ ୧୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଦୁଇ ଜଣଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟ ସମସ୍ତେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ନଙ୍ଗଲବୋର୍ଡରେ ତିନି ଦିନ ଧରି ଝାଡ଼ାବାନ୍ତି ବ୍ୟାପିଛି । ସିନାପାଲି ମେଡିକାଲରୁ ଆମ୍ବୁଲାନ୍ସ ପଠାଇ ଆକ୍ରାନ୍ତଙ୍କୁ ହସ୍ପିଟାଲ ଆଣି ଚିକିତ୍ସା କରାଯାଉଛି ।
Views: 21