The Ultimate Managed Hosting Platform
ADVERTISEMENT

ନୁଆ-ଓ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ; ତତଲା ତେଲରେ ପଡି ଛାତ୍ରୀ ଗୁରୁତର

Facebook
Twitter
LinkedIn

ରାୟଗଡା : ରାୟଗଡା ଜିଲ୍ଲା GIACR ପଡିଆରେ ଚାଲିଥିବା ନୁଆ-ଓ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଖାଇବା ସ୍ଥଳରେ ଅବ୍ୟବସ୍ଥା ଯୋଗୁଁ ଘଟିଥିଲା ଅଘଟଣା । ସୂଚନା ମୁତାବକ ଖାଇବା ପାଇଁ ଧାଡିରେ ଲାଗିଥିବା ଠେଲା ପେଲା ଯୋଗୁଁ ଦିପାଞ୍ଜଳି ନାୟକ ଅମ୍ବାଗୁଡା ବାସିନ୍ଦା ମହିଳା ମହାବିଦ୍ୟାଳୟ ଛାତ୍ରୀ ଧାଡିରେ ଥିବା ସମୟରେ ରନ୍ଧା ହେଉଥିବା ଗରମ ତତଲା ତେଲ କଡେଇରେ ପଡି ଛାତ୍ରୀର ହାତ ଓ ଗୋଡରେ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସେଠାକାର ସମର ଶିକ୍ଷାର୍ଥୀ ବାହିନୀ ଛାତ୍ର ମାନେ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସୂଚନା ଅନୁଯାୟୀ ଛାତ୍ରୀଙ୍କର ହାତ ଓ ଗୋଡ଼ ଗରମ ତେଲ ପଡ଼ିଥିବା ଯୋଗୁଁ ପୋଡ଼ି ଯାଇଛି। ତାଙ୍କୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତାରିତ୍ କରାଯାଇ ଥିଲା। ଏଥି ସହ ଅନ୍ୟ ଏକ ଛାତ୍ରୀ ଖାଦ୍ୟ ନ ଖାଇ ଅଚେତ ହେଇ ପଡିଆରେ ପଡି ଯାଇଥିଲେ । ସୂଚନା ମୁତାବିକ ଛାତ୍ରୀ ଗୁଣୁପୁରର ଥାୟାରାମା ମହିଳା ମହାବିଦ୍ୟାଳୟ ଯୁକ୍ତ ୨ ର ଛାତ୍ରୀ ମେନେକା ଶବର ବୋଲି ଜଣା ପଡିଛି । ଏହି ଛାତ୍ରୀକୁ ମଧ୍ୟ ରାୟଗଡା ମୁଖ୍ୟ ଚିକିତ୍ସାଲୟ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ଛାତ୍ର ଛାତ୍ରୀ ମାନଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଓ ବିଜେଡି ଦଳର ପ୍ରଚାର ଓ ଅନାବଶ୍ୟକ କାର୍ଯ୍ୟକ୍ରମରେ ଲଗାଇ ଛାତ୍ର ଛାତ୍ରୀ ମାନଙ୍କ ପାଠ ବୃଥା କରାଯାଉଥିବା ବେଳେ ଠିକ୍ ସମୟରେ ଖାଇବାକୁ ଖାଦ୍ୟ ପ୍ରଦାନ କରୁ ନ ଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login