କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ ନିଲମ୍ବିତ ହୋଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ ନିର୍ଦ୍ଦେଶ ପ୍ରକାଶ ପାଇଛି । ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ କ୍ରାଇମ୍ବ୍ରାଞ୍ଚ ନିହାର ରଂଜନ ମହାନ୍ତିଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଏବେ ଗିରଫଦାରୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଓଟିଇଟି ପ୍ରଶ୍ନପତ୍ର ଲିକ୍ ପରେ କ୍ରାଇମ୍ବ୍ରାଞ୍ଚ ବିଭିନ୍ନ ଦିଗରୁ ଯାଞ୍ଚ କରିଥିଲା । ବୋର୍ଡ ଉପସଭାପତିଙ୍କ ଲାପ୍ଟପ୍ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜାଣିବାକୁ ପାଇଥିଲା । ପ୍ରଥମତଃ ବୋର୍ଡ ଉପସଭାପତିଙ୍କ ଲାପ୍ଟପ୍କୁ ପ୍ରଶ୍ନପତ୍ର ଆସିବା କଥା ନୁହେଁ। କିନ୍ତୁ ମୁଦ୍ରଣ ସଂସ୍ଥାରୁ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପ୍କୁ ଏଫ୍ଟିପି (ଫାଇଲ୍ ଟ୍ରାନ୍ସଫର୍ ପ୍ରୋଟକଲ୍) ମାଧ୍ୟମ ବଦଳରେ ଇ-ମେଲ୍ରେ ପ୍ରଶ୍ନପତ୍ର ଆସିଥିଲା । ଏଭଳି ସାଂଘାତିକ କାର୍ୟ୍ୟ କ୍ରାଇମ୍ବ୍ରାଞ୍ଚ ତଦନ୍ତରୁ ସାମନାକୁ ଆସିଥିଲା ।
ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

Facebook
Twitter
LinkedIn
Facebook
Twitter
LinkedIn
Recent News
ଆଜି ଯୁଦ୍ଧ ବିରତି ଉପରେ ରୁଷ-ଆମେରିକାର ଆଲୋଚନା
ନୂଆଦିଲ୍ଲୀ : ଦୀର୍ଘ ଦିନଧରି ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ଯାହା ବନ୍ଦ ହେବାର ନାଁ ଧରୁ ନାହିଁ । ଏହି ଯୁଦ୍ଧ ବନ୍ଦ କରିବାକୁ ଆମେରିକା...
ଧରାଲି ପରେ ଏବେ ଭଟବାଡିରେ ଧସିଲା ରାସ୍ତା
ଉତ୍ତରାଖଣ୍ଡ : ଉତ୍ତରକାଶୀ ଧରାଲିରେ ବାଦଲଫଟା ବର୍ଷା ପରେ ଉତ୍ତରକାଶୀରୁ ରିଷିକେଶ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଧରାଲିରେ ଉଦ୍ଧାର କାର୍ୟ୍ୟ ପାଇଁ ରସେକ୍ୟୁ...
ବିରିଡି ଥାନାରେ ଥାର୍ଡ ଡିଗ୍ରୀ !
ଜଗତସିଂହପୁର : ବିରିଡି ଥାନାରେ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ । ଏସପିଙ୍କ ନିକଟରେ ବାଲିଆ କୃତିବାସ ପାଟଣା ଗାଁର ଯୁବକଙ୍କ ଅଭିଯୋଗ । ବିରିଡି ଥାନା...
ରିସେପସନ ପାର୍ଟି ଦେଲେ ପିନାକୀ ମିଶ୍ର-ମହୁଆ ମୈତ୍ରୀ
ନୂଆଦିଲ୍ଲୀ : ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ଥିବା ଯୋଡି ପିନାକୀ ମିଶ୍ର ଓ ମହୁଆ ମଇତ୍ର ଗତକାଲି ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ...