ଭୁବନେଶ୍ୱର : ନିର୍ମାଣ ହେବ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର । ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ହେବ ନିର୍ମାଣ । ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଲୋକସେବା ଭବନ ନିକଟରେ ତିଆରି ହେବ ବିପର୍ଯ୍ୟୟ ଭବନ । ଗୋଟିଏ ଛାତ ତଳେ ଏକାଠି କାମ କରିବେ ଏସଆରସି, ଅଗ୍ନିଶମ ଓ ପାଣିପାଗ ବିଭାଗ । କେନ୍ଦ୍ର ସହ ଯୋଗରେ ବିପର୍ଯ୍ୟୟ ମୁକାବିଲାର ଅତ୍ୟାଧୁନିକ କୈାଶଳ ଅଣାଯିବ । ସବୁ ବିଭାଗ ନିଜ ଭିତରେ ସହଯୋଗ ରକ୍ଷାକରି କାମ କରିବେ । କେନ୍ଦ୍ର ସହଯୋଗରେ ବିପର୍ୟ୍ୟୟ ମୁକାବିଲାର ଅତ୍ୟାଧୁନିକ କୌଶଳ ଅଣାଯିବ । ଏ ନେଇ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏଥିପାଇଁ ରାଜଧାନୀରେ ଜମି ଚିହ୍ନଟ କରାଯିବା ସହ କାମ ଆରମ୍ଭ କରାଯାଇଛି ।
Views: 35