ମଧ୍ୟପ୍ରଦେଶ : ଓଲଟିଲା କ୍ରେନ । ଚାଲିଗଲା ୨ ଜଣଙ୍କ ଜୀବନ । ମଧ୍ୟପ୍ରଦେଶ ଧାର ଜିଲ୍ଲାରେ ଘଟିଛି ଏଭଳି ଦୁର୍ଘଟଣା । । ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯାଇଛି । ଖବର ମୁତାବକ, ଧାର ଜିଲ୍ଲାର ପିତମପୁରର ସାଗୌର ନିକଟରେ ରେଲୱେର ଏକ ବ୍ରିଜ ନିର୍ମାଣ କାମ ଚାଲୁଥିଲା । ଯେଉଁ କାମରେ କ୍ରେନର ବ୍ୟବହାର କରାଯାଉଥିଲା । ଏକ ନିର୍ମାଣାଧୀନ ବ୍ରିଜ ନିକଟରେ ହଠାତ୍ କ୍ରେନ ଓଲଟିବା ଯୋଗୁଁ କିଛି ଗାଡ଼ି ଏହା ତଳେ ଚାପି ହୋଇଯାଇଥିଲା । ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯାଇଥିଲା । ତେବେ ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । କ୍ରେନ ତଳେ ଏକ ପିକଅପ୍ ଭ୍ୟାନ୍ ଦବିଥିବା କୁହାଯାଉଛି । ଉଦ୍ଧାର କାର୍ୟ୍ୟ ଜାରି ରହିଛି ।
Views: 50











