ମୁମ୍ବାଇ : ମୁମ୍ବାଇର ବଦଲାପୁରରେ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଏକ ନିର୍ମାଣାଧୀନ ବିଲିଡିଂରୁ ଲୁହା ଖସି ଯୁବକଙ୍କ ଦେହରେ ଆରପାର ହୋଇଯାଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅପରେସନ କରି ଯୁବକଙ୍କ ଦେହରୁ ରଡ କଢାଯାଇଛି । ଯୁବକଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ସୂଚନା ଅନୁଯାୟୀ, ମୁମ୍ବାଇରୁ ୫୦ କିମି ଦୂର ବଦଲାପୁର ଠାରେ ଏକ ହାଉସିଂ ପ୍ରୋଜେକ୍ଟ ଚାଲିଥିଲା। ବଦଲାପୁରର ପୂର୍ବ ପନଭେଲକର ରାଜମାର୍ଗ ପାଖରେ ଠାଣେକର ପେଲେସିୟା ଆବାସ ଯୋଜନା କାମ ଚାଲିଥିବା ବେଳେ ଏଠାରେ ଥିବା ଏକ ଦୋକାନ ବାହାରେ ଜଣେ ବ୍ୟକ୍ତି ସିସିଟିଭି କ୍ୟାମେରା ଲଗାଉଥିଲା । ଏହି ବିଲିଡିଂର ୮ ମହଲାରୁ ଏକ ଲୁହା ରଡ ତଳକୁ ଖସିପଡିଥିଲା । ଯାହା ସିସିଟିଭି ଲଗାଉଥିବା ବ୍ୟକ୍ତିଙ୍କ ଦେହରେ ଆରପାର ହୋଇଯାଇଥିଲା। ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଦୌଡି ଯାଇ ଗୁରୁତର ଯୁବକଙ୍କୁ ଗାନ୍ଧୀ ଛକ ସ୍ଥିତି ହସପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କର ଅପରେସନ କରି ରଡକୁ ବାହାର କରିଥିଲେ । ତେବେ ଏବେ ଯୁବକଙ୍କ ସ୍ୱାସ୍ଥ୍ୟ ଭଲ ରହିଥିବା ଖବର ମିଳିଛି ।
ନିର୍ମାଣାଧୀନ ବିଲିଡିଂରୁ ଖସିଲା ଲୁହା ରଡ, ଯୁବକଙ୍କ ଶରୀରରେ ହେଲା ଆରପାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











