The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ନିର୍ମାଣଧିନ ପେଟ୍ରୋଲ ପମ୍ପକୁ ଚେକାଗୁଡ଼ା ଗ୍ରାମବାସିଙ୍କ ବିରୋଧ

Facebook
Twitter
LinkedIn

ରାୟଗଡ଼ା : ରାୟଗଡ଼ା ପୌର ପରିଷଦ ୱାର୍ଡ ନମ୍ୱର ବାସୀ ନିର୍ମାଣଧିନ ପେଟ୍ରୋଲ ପମ୍ପ ବନ୍ଦ୍ କରାଯାଉ ସ୍ଲୋଗାନ ଦେଇ ରାୟଗଡା ପୌରପାଳିକା କାର୍ୟ୍ୟାଳୟ ଘେରାଉ କରିଥିଲେ । ଉକ୍ତ ଅଞ୍ଚଳ ବାସିନ୍ଦା ମାନଙ୍କ କହିବା ଅନୁସାରେ ଯେଉଁଠାରେ ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି ଉକ୍ତ ସ୍ଥାନ ନିକଟରେ ବିଦ୍ୟାଳୟ ଅଛି ଛୋଟ ଛୋଟ ପିଲା ମାନେ ପାଠ ପଢ଼ୁଛନ୍ତି । ଅନ୍ୟ ପାର୍ଶ୍ଵରେ ମଧ୍ୟ ଭାଟି ଓ ବସ୍ତି ଅଛି । ପେଟ୍ରୋଲ ପମ୍ପ ଦ୍ବାରା ଯେ କୌଣଷି ମୁହୂର୍ତ୍ତ ରେ ଦୁର୍ଘଟଣା ଘଟି ପାରୋ ଯଦି ଘଟେ ତେବେ ବିଦ୍ୟାଳୟର କୁନି କୁନି ପିଲା ଓ ବସ୍ତି ବାସିନ୍ଦା ମାନେ ପ୍ରଭାବିତ ହୋଇ ପାରନ୍ତି। ସେଥିପାଇଁ ଚେକାଗୁଡ଼ା ବସ୍ତି ବାସିନ୍ଦା ମାନେ ନିର୍ମାଣ ହେବା ପୂର୍ବରୁ ଜାଗୃତ ହୋଇ ପେଟ୍ରୋଲ ପମ୍ପ ନିର୍ମାଣକୁ ବିରୋଧ କରିଥିଲେ। ଗତକାଲି ବସ୍ତି ବାସିନ୍ଦା ଓ ନିର୍ମାଣଧିନ ପେଟ୍ରୋଲ ପମ୍ପ ମାଲିକଙ୍କ ସହ ସାମାନ୍ୟ ବଚସା ହୋଇଥିଲା ପେଟ୍ରୋଲ ପମ୍ପ ମାଲିକ ଜାତିଆଣ ଗାଳି ଗୁଲଜ କରି ପୋଲିସ ଥାନାରେ ଏତଲା ଦେଇଛନ୍ତି । ଉତ୍ତ୍ୟକ୍ତ ଶହ ଶହ ବସ୍ତି ବାସିନ୍ଦା ମାନେ ରାୟଗଡା ପୌରପାଳିକା କାଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ଓ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login