ରାୟଗଡ଼ା : ରାୟଗଡ଼ା ପୌର ପରିଷଦ ୱାର୍ଡ ନମ୍ୱର ବାସୀ ନିର୍ମାଣଧିନ ପେଟ୍ରୋଲ ପମ୍ପ ବନ୍ଦ୍ କରାଯାଉ ସ୍ଲୋଗାନ ଦେଇ ରାୟଗଡା ପୌରପାଳିକା କାର୍ୟ୍ୟାଳୟ ଘେରାଉ କରିଥିଲେ । ଉକ୍ତ ଅଞ୍ଚଳ ବାସିନ୍ଦା ମାନଙ୍କ କହିବା ଅନୁସାରେ ଯେଉଁଠାରେ ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି ଉକ୍ତ ସ୍ଥାନ ନିକଟରେ ବିଦ୍ୟାଳୟ ଅଛି ଛୋଟ ଛୋଟ ପିଲା ମାନେ ପାଠ ପଢ଼ୁଛନ୍ତି । ଅନ୍ୟ ପାର୍ଶ୍ଵରେ ମଧ୍ୟ ଭାଟି ଓ ବସ୍ତି ଅଛି । ପେଟ୍ରୋଲ ପମ୍ପ ଦ୍ବାରା ଯେ କୌଣଷି ମୁହୂର୍ତ୍ତ ରେ ଦୁର୍ଘଟଣା ଘଟି ପାରୋ ଯଦି ଘଟେ ତେବେ ବିଦ୍ୟାଳୟର କୁନି କୁନି ପିଲା ଓ ବସ୍ତି ବାସିନ୍ଦା ମାନେ ପ୍ରଭାବିତ ହୋଇ ପାରନ୍ତି। ସେଥିପାଇଁ ଚେକାଗୁଡ଼ା ବସ୍ତି ବାସିନ୍ଦା ମାନେ ନିର୍ମାଣ ହେବା ପୂର୍ବରୁ ଜାଗୃତ ହୋଇ ପେଟ୍ରୋଲ ପମ୍ପ ନିର୍ମାଣକୁ ବିରୋଧ କରିଥିଲେ। ଗତକାଲି ବସ୍ତି ବାସିନ୍ଦା ଓ ନିର୍ମାଣଧିନ ପେଟ୍ରୋଲ ପମ୍ପ ମାଲିକଙ୍କ ସହ ସାମାନ୍ୟ ବଚସା ହୋଇଥିଲା ପେଟ୍ରୋଲ ପମ୍ପ ମାଲିକ ଜାତିଆଣ ଗାଳି ଗୁଲଜ କରି ପୋଲିସ ଥାନାରେ ଏତଲା ଦେଇଛନ୍ତି । ଉତ୍ତ୍ୟକ୍ତ ଶହ ଶହ ବସ୍ତି ବାସିନ୍ଦା ମାନେ ରାୟଗଡା ପୌରପାଳିକା କାଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ଓ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ।
ନିର୍ମାଣଧିନ ପେଟ୍ରୋଲ ପମ୍ପକୁ ଚେକାଗୁଡ଼ା ଗ୍ରାମବାସିଙ୍କ ବିରୋଧ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











