ସମ୍ବଲପୁର : ସମ୍ବଲପୁରରେ ମା ସମଲେଇ ଦର୍ଶନ ପରେ ବର୍ଷିଲେ ହିମନ୍ତ ବିଶ୍ୱଶର୍ମା । ଓଡିଆ ଅସ୍ମିତା ଓ ସ୍ୱାଭିମାନକୁ ନେଇ ନିର୍ବାଚନ ଲଢାଯାଉଛି କହିଲେ । ଏଠି ଯେଉଁ ୫ଟି କଥା କୁହାଯାଉଛି , ଟି ଅର୍ଥ ହେଉଛି ତାମିଲନାଡୁ । ଏ ସରକାର ଓଡିଶାର ସମ୍ପତିକୁ ଆଉଟ ସୋର୍ସ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଲୁଚାଇ ରଖିଛନ୍ତି । ଓଡିଶାରେ ପାଣ୍ଡିଆନଙ୍କ ବିନା ସରକାରରେ କେହି ଦିଶୁ ନାହାନ୍ତି । ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି , ପାଣ୍ଡିଆନ ସବୁ କବଜା କରି ନେଇଛନ୍ତି । ନବୀନ ବାବୁଙ୍କୁ ବନ୍ଦୀ କରି ରଖାଯାଇଛି , କ୍ୟାପଚର କରି ଦିଆଯାଇଛି । ଏଠି ମୁଖ୍ୟମନ୍ତ୍ରୀ କିପରି ଅଛନ୍ତି କେହି ଜାଣିପାରୁ ନାହାନ୍ତି । ପାଣ୍ଡିଆନ ଯାହା ଲେଖିକି ଦେଉଛନ୍ତି , ତାହାକୁ ପଢୁଛନ୍ତି । ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଏକଲା କଥା ହୁଅନ୍ତି ନାହିଁ । ହାଇକୋର୍ଟ ଜଜ୍ କିମ୍ବା ବରିଷ୍ଠ ନାଗରିକ ଯାଇ କଥା ହେଲେ ସ୍ପଷ୍ଟ ହେବ । ପାଣ୍ଡିଆନଙ୍କୁ ହଟାଇ ଆମକୁ ଓଡିଶାର ମୁଖ୍ୟମନ୍ତ୍ରୀ ବାଛିବାକୁ ହେବ । ୧୧ ତାରିଖରେ ପାଣ୍ଡିଆନ ତାମିଲନାଡୁ ଚାଲିଗଲେ ବହୁତ କିଛି ଜଣାପଡିବ । ନିର୍ବାଚନ ହାରିଲେ ବିଜେଡି ଗୋଟିଏ ଦିନରେ ଭାଙ୍ଗିଯିବ । ଯେଉଁମାନଙ୍କର ଆତ୍ମସମ୍ମାନ ଅଛି ସେମାନେ ବିଜେଡିରେ ରହିବେନି । ହିମନ୍ତଙ୍କ ଆରୋପ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
ନିର୍ବାଚନ ହାରିଲେ ବିଜେଡି ଭାଙ୍ଗିଯିବ : ହିମନ୍ତ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...