ଭୁବନେଶ୍ୱର : ନିର୍ବାଚନ ପ୍ରସ୍ତୁତି ସମୀକ୍ଷା । ସନ୍ଧ୍ୟାରେ ଆସିବେ ନିର୍ବାଚନ କମିଶନ ଟିମ୍ । ନିର୍ବାଚନ ପ୍ରସ୍ତୁତି ନେଇ କାଲି କେନ୍ଦ୍ର ନିର୍ବାଚନ ଆୟୋଗ ଟିମର ସମୀକ୍ଷା । ଆସନ୍ତାକାଲି ଖାରବେଳ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ୍ ସହ ଜିଲ୍ଲାପାଳମାନେ ଯୋଗ ଦେବେ । ଭୋଟର ତାଲିକା ପ୍ରସ୍ତୁତି ଉପରେ କାଲି ବୈଠକ ଆଲୋଚନା । ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେବ। ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଚାଲିଛି। ଅକ୍ଟୋବରରେ ସମସ୍ତ EVM ଓ ଭିଭିପାଟ୍ ଯାଞ୍ଚ କରାଯିବ। ନିର୍ବାଚନ କମିଶନଙ୍କ ଟିମ୍ ଆସିବା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ଆରମ୍ଭ କରି ଦେଇଛନ୍ତି ସ୍ପେଶାଲ ଡ୍ରାଇଭ।ସୂଚନା ଥାଉକି, ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଏପରି ଚର୍ଚ୍ଚାକୁ ଆହୁରି ଜୋର କରିଛି । ରାଜ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି ସାରିଛି । ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମ୍ ଓ ଭିଭିପାଟ ହେବ ଯାଞ୍ଚ ।
ନିର୍ବାଚନ ପ୍ରସ୍ତୁତି ସମୀକ୍ଷା, ସନ୍ଧ୍ୟାରେ ଆସିବେ ଇସି ଟିମ୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











