ଭୁବନେଶ୍ୱର : ନିର୍ବାଚନ ପ୍ରସ୍ତୁତି ସମୀକ୍ଷା । ସନ୍ଧ୍ୟାରେ ଆସିବେ ନିର୍ବାଚନ କମିଶନ ଟିମ୍ । ନିର୍ବାଚନ ପ୍ରସ୍ତୁତି ନେଇ କାଲି କେନ୍ଦ୍ର ନିର୍ବାଚନ ଆୟୋଗ ଟିମର ସମୀକ୍ଷା । ଆସନ୍ତାକାଲି ଖାରବେଳ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ୍ ସହ ଜିଲ୍ଲାପାଳମାନେ ଯୋଗ ଦେବେ । ଭୋଟର ତାଲିକା ପ୍ରସ୍ତୁତି ଉପରେ କାଲି ବୈଠକ ଆଲୋଚନା । ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେବ। ଭୋଟର ତାଲିକା ସଂଶୋଧନ ପାଇଁ ପ୍ରକ୍ରିୟା ଚାଲିଛି। ଅକ୍ଟୋବରରେ ସମସ୍ତ EVM ଓ ଭିଭିପାଟ୍ ଯାଞ୍ଚ କରାଯିବ। ନିର୍ବାଚନ କମିଶନଙ୍କ ଟିମ୍ ଆସିବା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ଯୁବ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ଆରମ୍ଭ କରି ଦେଇଛନ୍ତି ସ୍ପେଶାଲ ଡ୍ରାଇଭ।ସୂଚନା ଥାଉକି, ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୟାନ ଏପରି ଚର୍ଚ୍ଚାକୁ ଆହୁରି ଜୋର କରିଛି । ରାଜ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଆଜି ଏକ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଅନୁସାରେ ଇଭିଏମ୍ ପହଞ୍ଚି ସାରିଛି । ଆସନ୍ତା ଅକ୍ଟୋବର ମାସରେ ସମସ୍ତ ଇଭିଏମ୍ ଓ ଭିଭିପାଟ ହେବ ଯାଞ୍ଚ ।
ନିର୍ବାଚନ ପ୍ରସ୍ତୁତି ସମୀକ୍ଷା, ସନ୍ଧ୍ୟାରେ ଆସିବେ ଇସି ଟିମ୍

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...