The Ultimate Managed Hosting Platform
ADVERTISEMENT

ନିମ୍ନ ମାନର ରାସ୍ତା ନିର୍ମାଣ ହୋଇଥିବା ନେଇ ,ବିଡିଓ ଙ୍କ ନିକଟରେ ଅଭିଯୋଗ।

Facebook
Twitter
LinkedIn

ନିମ୍ନମାନର ରାସ୍ତା ନିର୍ମାଣ ପାଇଁ, ରାସ୍ତା କାମ ନସରୁଣୁ ରାସ୍ତା ଫାଟି ଆଁ। ନିମ୍ନ ମାନର କାମ ହୋଇଥିବା ନେଇ ବିଡିଓ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମ ବାସି। ଅଭିଯୋଗ ଅନୁଯାୟୀ ବସ୍ତା ବ୍ଲକ ତାଡ଼ଦା ପଞ୍ଚାୟତର ୨୦୨୨-୨୩ ଆର୍ଥିକ ବର୍ଷରେ, ପଞ୍ଚାୟତ ପକ୍ଷରୁ ଚତୁର୍ଦ୍ଦଶ ଅର୍ଥ କମିଶନର ଯୋଜନାରେ ୨ଲକ୍ଷ ୫୦ହଜାର ଟଙ୍କା ଅଟକଳ ମୂଲ୍ୟରେ ଶ୍ୟାମରାଇପୁର ଗ୍ରାମର ବିକର୍ତ୍ତନ୍ ସିଂ ଘର ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିଲା। ଯାହାକି ଗତ ୨୭ ତାରିଖ ରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହୋଇଥିଲା। ତେବେ ନିର୍ମାଣ କାର୍ଯ୍ୟ କୁ ୨୪ଘଣ୍ଟା ନପୁରୁଣୁ ଅର୍ଥାତ୍ ୩୧ ତାରିଖ ବେଳକୁ ରାସ୍ତା ଫାଟି ଆଁ ହୋଇ ଯାଇଥିଲା। ଏ ପରିକି ପରବର୍ତ୍ତୀ ଅବସ୍ଥାରେ ମିସ୍ତ୍ରୀ ଗଇଁତି ସାହାଯ୍ୟରେ ରାସ୍ତା କୁ ଖୋଳି ପୁଣି ମରାମତି କରିଥିଲେ ବି ରାସ୍ତା ଫାଟି ଆଁ ହୋଇଯାଇଛି।

ଏନେଇ ୱାର୍ଡ ସଭ୍ୟ ସୁଦର୍ଶନଦାସ ସମେତ, ଗ୍ରାମବାସି ଗୌର ମୋହନ ଦେ, ଝାଡେଶ୍ୱର ଦାସ, ସଞ୍ଜୟ ଦାସ ପ୍ରମୁଖ ,ନିମ୍ନ ମାନର ରସ୍ତାନିର୍ମାଣ ହୋଇଥିବା ନେଇ ବସ୍ତା ବିଡିଓ ଜ୍ଞାନ ରଞ୍ଜନ ସାହୁଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମାଇନ ମାରାଣ୍ଡି ଙ୍କୁ ପଚାରି ବୁଝିବାରୁ କହିଛନ୍ତି କ ନିମ୍ନମାନର କୌଣସି କାମ ହୋଇନାହିଁ। ନିମ୍ନ ମାନର କାର୍ଯ୍ୟ ହୋଇଥିଲେ ଅନ୍ୟ ସ୍ଥାନ ମାନଙ୍କରେ ରାସ୍ତାଫାଟି ଯାଇଥନ୍ତା ତାହା ନହୋଇ, କେବଳ ନିର୍ଦ୍ଦିଷ୍ଟ ଗୋଟିଏ ଜାଗାରେ ରାସ୍ତା ଫାଟୁଛି। ତେବେ ସମସ୍ୟାର ସମାଧାନ ପାଇଁ ଉଚିତ୍ ପଦକ୍ଷେପ ନିଆଯିବ।


ବାଲେଶ୍ୱର ବସ୍ତାରୁ ଅଜିତ କୁମାର ସାହୁ ଶପଥ ନିଉଜ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login