The Ultimate Managed Hosting Platform
ADVERTISEMENT

ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧ , ଘଟଣା ସ୍ଥଳରେ ରାସ୍ତାରୋକ ସାଙ୍ଗକୁ ଚାପା ଉତ୍ତେଜନା

Facebook
Twitter
LinkedIn

ବସ୍ତା /ଅଜିତ ସାହୁ : ନିମ୍ନମାନର ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ଆଣି ରାସ୍ତା କାମକୁ ବିରୋଧ । ଘଟଣା ସ୍ଥଳରେ ରାସ୍ତାରୋକ ସାଙ୍ଗକୁ ଚାପା ଉତ୍ତେଜନା। ଅଭିଯୋଗ ମୁତାବକ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ୬୦ ନଂ ଜାତୀୟ ରାଜପଥ ସନ୍ତୋଷପୁରଠାରୁ ଛକ ଠାରୁ ଓଡ଼ିଆପଡା ପର୍ଯ୍ୟନ୍ତ ଆର ଡି ରାସ୍ତାର ମରାମତି କାର୍ଯ୍ୟ ପାଇଁ ସରକାର ଙ୍କ ପକ୍ଷରୁ ୬୦ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଥିବାବେଳେ, ଜନୈକ ଠିକାଦାର ଏହି ନିର୍ମାଣ କାର୍ଯ୍ୟ କରୁଛନ୍ତି। ପିଚୁ ରାସ୍ତାର କାମ ନ ସରୁଣୁ ଅନେକ ସ୍ଥାନରେ ପିଚୁ ପରସ୍ତ ପରସ୍ତ ହୋଇ ଉଠି ଯାଉଛି। ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଛି, ବିଭାଗୀୟ ଯନ୍ତ୍ରୀ କିମ୍ବା ଅଧିକାରୀ ତଦାରଖ କରିବାତ ଦୂରର କଥା , ଉକ୍ତ ସ୍ଥାନକୁ ଆସୁନଥିବାର ଅଭିଯୋଗ ମଧ୍ୟ ହୋଇଛି। ଯାହାର ସୁଯୋଗ ନେଇ ଠିକାଦାର ନିଜ ଇଛାରେ ନିଜକୁ ସୁହାଇଲା ଭଳି ମନମୁଖୀ ଭାବେ କାର୍ଯ୍ୟ କରୁଥିବା ଭଳି ଅଭିଯୋଗ ହୋଇଛି। ଏନେଇ ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ର ରାମଚନ୍ଦ୍ରପୁର ନିକଟରେ ସ୍ଥାନୀୟ ଜନ ସାଧାରଣ ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ରାସ୍ତା ରୋକ କରିଥିଲେ, ଯାହାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login