
ରିଲେସନସିପରେ ରହି ଅନେକ କପଲମାନେ ନିଜ ନିଜ ମଧ୍ୟରେ ଝଗଡା କରନ୍ତି | ବେଳେବେଳେ କିଛି କାରଣ ନଥାଇ ବିନା କାରଣରେ ମଧ୍ୟ ଝଗଡା ହୁଅନ୍ତି | ଏମିତିକି ସେମାନେ ନିଜ ପାରିବାରିକ ଜୀବନରେ ଏତେ ଝଗଡା ହୁଅନ୍ତି ଯେ ରାଗିକି ଖାଆନ୍ତି ନାହିଁ ଉପବାସ ରୁହନ୍ତି ଏବଂ ଦୁଃଖିତ ମଧ୍ୟ ରୁହନ୍ତି | କିନ୍ତୁ ଏଭଳି ପରିସ୍ଥିତିରେ ଉପବାସ ରହିବା କଥାନୁହେଁ କିମ୍ବା ଦୁଃଖିତ ରହିବା କଥା ନୁହେଁ | କାରଣ ଏଥିରେ ଅନ୍ୟ ଜଣକର ଫାଇଦା ହୋଇଥାଏ |

ପ୍ରେମରେ ସମସ୍ତେ ପାଗଳ କିନ୍ତୁ ସେହି ପାଗଳାମି ଭିତରେ ନିଜ ଜୀବନସାଥିକୁ ଟିକେ ଚିଡ଼େଇବାର ମଜା କିଛି ଅଲଗାଥାଏ | ଏହି ମଜାରେ ଟିକେ ରାଗ ଟିକେ ଅଭିମାନ ଥାଏ | ତେଣୁ ବିନା କାରଣରେ ଅଭିମାନ କରନ୍ତୁନି କିମ୍ବା ନିଜର ରାଗକୁ ଝଗଡାରେ ପରିଣତ କରନ୍ତୁନି | କାରଣ କଥା ଯେତେ ବଢିବ ଝଗଡା ସେତେ ହେବ ତେଣୁ ରାଗ,ରୁଷା,ଅଭିମାନକୁ ଭୁଲି ନିଜ ଜୀବନସାଥିକୁ ବାଧିଲା ଭଳି କୌଣସି କଥା କୁହନ୍ତୁନି |

ଝଗଡା ସମ୍ପର୍କକୁ ନଷ୍ଟ କରାଏ | ଯେତେବେଳେ ଆପଣ ପରେ ବୁଝିବେ ଏହି ଝଗଡାର ମାନେ କିଛି ନଥିଲା ସେତେବେଳକୁ ସମ୍ପର୍କ ନଷ୍ଟ ହୋଇସାରିଥିବ | ଆଉ ଆପଣ ଯେତେବେଳେ ଆପଣଙ୍କ ଜୀବନସାଥିଙ୍କ ନିକଟତର ହେବାକୁ ଚାହିଁବେ ସେ ଆପଣଙ୍କ ଠାରୁ ଦୂରେଇ ରହିବାକୁ ବେସ ପସନ୍ଦ କରିବେ |
