ଦିଲ୍ଲୀ : ଗତ ଶୁକ୍ରବାର ଦିନ ଦେଶର ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳାଇଥିଲେ ଜଣେ ବ୍ୟକ୍ତି । ଛୁରୀ ଏବଂ ପିସ୍ତଲ ନେଇ ଦିଲ୍ଲୀ ରାସ୍ତାରେ ପାଗଳ ପରି ଦୈାଡୁଥିଲେ । ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକମାନେ ଜୀବନ ରକ୍ଷା କରିବାକୁ ଧାଉଁଛନ୍ତି। ତେବେ ଘଟଣାଟି ଥିଲା ଏହିପରି । ଜଣେ ବ୍ୟକ୍ତି ପ୍ରଥମେ ଛୁରୀରେ ନିଜ ଗଳା କାଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରୁ ବାହାରକୁ ଯାଇଥିଲେ। ସନ୍ଦେହଜନକ ଅବସ୍ଥାରେ ରାସ୍ତାରେ ବୁଲୁଥିବା ଏହି ବ୍ୟକ୍ତି ଜଣକ ରାଜଧାନୀର ମାନସରୋଭ ପାର୍କ ପୋଲିସ ଷ୍ଟେସନ ପରିସରରେ ଥିବା ନାଥୁ କଲୋନୀ ଚକ୍କୁ ପହଞ୍ଚିବା ମାତ୍ରେ ସେଠାରେ ଠିଆ ହୋଇଥିବା ପିସିଆରରେ ପୋଷ୍ଟ ହୋଇଥିବା ଏସିଆଇ ଜିତେନ୍ଦ୍ର ପାୱାର ତାଙ୍କୁ ରକ୍ତରେ ଭିଜିଥିବାର ଦେଖି ସାହାଯ୍ୟ କରିବା ପାଇଁ ଆଗକୁ ଯାଇଥିଲେ । ତେବେ ସେହି ବ୍ୟକ୍ତି ନିଜ ନାମ କୃଷ୍ଣ ଶେରୱାଲ ବୋଲି କହିଛନ୍ତି। ଯେତେବେଳେ ଏଏସଆଇ ଜିତେନ୍ଦ୍ର ଆହତ କୃଷ୍ଣ ଶେରୱାଲଙ୍କୁ ଧରି ଡାକ୍ତରଖାନା ନେବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ଏଏସଆଇଙ୍କ ଉପରେ ଆକ୍ରମଣ କରିଥିଲେ ବ୍ୟକ୍ତି ଜଣକ। ଜିତେନ୍ଦ୍ରଙ୍କ ପିସ୍ତଲ ଛଡ଼ାଇବା ପରେ ସେ ଗୋଟିଏ ଗୁଳି ଚଳାଇଥିଲେ। ଯାହା ପରେ ସେଠାରେ ଆତଙ୍କ ଖେଳି ଯାଇଥିଲା ।
ପୋଲିସ ପିସ୍ତଲରୁ ବାହାରିଥିବା ଗୁଳି କ୍ାହାରି ଦେହରେ ବାଜି ନ ଥିଲା । ଏହି ସମୟରେ ଅଙ୍କୁର ଅଭିଯୁକ୍ତ ଶେରୱାଲଙ୍କୁ ଧରିଥିଲେ। ଏହା ପରେ ତାଙ୍କଠାରୁ ଏଏସଆଇ ଜିତେନ୍ଦ୍ରଙ୍କ ପିସ୍ତଲ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଯେ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ସେ ଡାକ୍ତରଙ୍କ ସହ ଅସଦାଚରଣ କରିଥିଲେ। ପୋଲିସର ସୂଚନାନୁସାରେ, ଅଭିଯୁକ୍ତଙ୍କ ପତ୍ନୀଙ୍କ ସହ ବିବାଦ ଲାଗି ରହିଥିଲା ଯାହା କାରଣରୁ ସେ ଡିପ୍ରେସନରେ ଥିଲେ।
ନିଜ ଗଳା କାଟିବା ପରେ ପୋଲିସ ପିସ୍ତଲ ନେଇ ରାସ୍ତାରେ ଆତଙ୍କ ଖେଳାଇଲେ ବ୍ୟକ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











