
ତେଲକୋଇ : ନିଆଁର ଆଁ ଭିତରେ ତେଲକୋଇ ବନାଞ୍ଚଳ। ମାର୍ଚ୍ଚ ମାସ ଆରମ୍ଭରୁ ଜଳୁଛି ତେଲକୋଇ ଜଙ୍ଗଲ ଏବେ ସଙ୍କଟରେ ବନ୍ୟଜନ୍ତୁ । ତେବେ ତେଲକୋଇ ରେଞ୍ଜ ଅଧିନ କରଦାଙ୍ଗି ପଞ୍ଚାୟତ ଶ୍ରୀଧରପୁର ଗାଁ ନିକଟ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ଜଙ୍ଗଲ । ଜଙ୍ଗଲ ନିଆଁରେ ମୂଲ୍ୟବାନ ଗଛଲତା ଜଳିଯିବା ସହ ଔଷଧିୟ ଗୁଳ୍ମ ମଧ୍ୟ ନଷ୍ଟ ହୋଇଗଲାଣି । ତେବେ ସେପଟେ ବନ୍ୟଜନ୍ତୁ ମଧ୍ୟ ସଂଙ୍କଟରେ । ଜଙ୍ଗଲ ମଧ୍ୟରେ ଥିବା ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହୋଇ ଶିକାରୀ କୁକୁରଙ୍କ ହାବୁଡରେ ପଡୁଛନ୍ତି । ନହେଲେ ଭୟରେ ଗାଁ ଭିତରେ ଥିବା କୁଅରେ ପଡି ମୃତ୍ୟୁ ବରଣ କରୁଛନ୍ତି ।
ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗର ଉଦ୍ୟମ ଜାରି ରହିଛି ।ତେଲକୋଇ ରେଞ୍ଜରେ ୩୦ ଜଣ ଫାୟାର ସ୍କ୍ବାର୍ଡ ଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ତାହା ପର୍ୟ୍ୟାପ୍ତ ହୋଇପାରୁନାହିଁ । ଯାହାଫଳରେ ନିଆଁକୁ ଆୟତ୍ତ କରିବା ସମ୍ଭବପର ହେଉନାହିଁ ।
Views: 245