The Ultimate Managed Hosting Platform
ADVERTISEMENT

ନିଆଁରେ ଜଳିଗଲା ୧୨ ବଖରା, ସର୍ଟସର୍କିଟରୁ ଅଘଟଣ

Facebook
Twitter
LinkedIn

କେନ୍ଦୁଝର: ଆନନ୍ଦପୁର ବ୍ଲକ ପଣ୍ଡୁଆ ଗାଁରେ ଭୟାବହ ଅଗ୍ନିକାଣ୍ଡ । ୧୨ ବଖରା ଘର ଭସ୍ମୀଭୂତ ହେବା ସହ ସର୍ବସ୍ୱାନ୍ତ ହୋଇଛନ୍ତି ୯ଟି ପରିବାର । ନିଆଁ ଆଁରେ ଜଳି ଯାଇଛି ଘରର ସମସ୍ତ ଅସବାବ ସାମଗ୍ରୀ ସହ ସୁନା ଅଳଙ୍କାର ।ପୁଅ ବାହାଘର ପାଇଁ ଜଣେ ବ୍ୟକ୍ତି ଘରେ ଦେଢ଼ ଲକ୍ଷ ଟଙ୍କା ରଖିଥିବା ବେଳେ ତାହା ମଧ୍ୟ ପୋଡ଼ି ପାଉଁସ ହୋଇଯାଇଛି । ସୋମବାର ସନ୍ଧ୍ୟାରେ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା । ଗ୍ରାମବାସୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ବ୍ୟାପିଯାଇଥିଲା । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । କିନ୍ତୁ ସେତେବେଳକୁ ସର୍ବସ୍ୱ ହରାଇ ସାରିଥିଲେ ୯ଟି ପରିବାର । ଆଜି ଆନନ୍ଦପୁର ତହସିଲଦାର ଓ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତିର ଆକଳନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login