ପିପିଲି : ନାଲି ପିମ୍ପୁଡି ଆତଙ୍କ । ପିମ୍ପୁଡି କାମୁଡିବା ପରେ ବ୍ୟାପୁଛି ଘା । ପୁରୀ ଜିଲ୍ଲା ବଳଙ୍ଗା ଥାନାର ସାହାଡା ପଡା ଗାଁରେ ନାଲି ପିମ୍ୁଡି ଆତଙ୍କ । ଯୁଆଡେ ଦେଖିଲେ ଖାଲି ନାଲି ପିମ୍ପୁଡି । ଘର, ଗଛ ଓ ବିଲ ବାଡିରେ ମାଡିଗଲେଣି । କାମ ଦେଉନି କୀଟ ନାଶକ । କେବଳ ଲୋକ ନୁହଁନ୍ତି ଗାଇ, ଗୋରୁ , ଛେଳି ମେଣ୍ଢା ପିମ୍ପୁଡି କବଳରୁ ବାଦ ପଡୁ ନାହାନ୍ତି । ନାଲି ପିମ୍ପୁଡି କାମୁଡିବା ପରେ ଯନ୍ତ୍ରଣା ହେବା ସହିତ ସେହି ସ୍ଥାନରେ କିଛି ସମୟ ପର୍ଯ୍ୟନ୍ତ ଫୁଲି ଯିବାର ଦେଖା ଯାଉଛି । ସ୍ଥିତି ଏପରି ହେଉଛି ଯେ ଗାଁ ଦାଣ୍ଡରେ ଚାଲି ଚାଲି ଯିବା ବି କଷ୍ଟ ହୋଇ ପଡିଲାଣି । ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
Views: 69