The Ultimate Managed Hosting Platform
ADVERTISEMENT

ନାଲି ଆଖି ଦେଖାଇ, ସୂଚନା ଅଧିକାର କୁ ଚପାଇ ଦେବା ସହିତ ବାଟବଣା କରୁଛନ୍ତି ସୂଚନା ଅଧିକାରୀ ସୁଶାନ୍ତ ବେହେରା।

Facebook
Twitter
LinkedIn

କୌଣସି ସରକାରୀ ପ୍ରକଲ୍ପ ହେଉ, କିମ୍ବା ସରକାରୀ ଦପ୍ତର କିମ୍ବା ସରକାରୀ ଅଧିକାରୀ କିମ୍ବା କର୍ତୁପକ୍ଷଙ୍କ ସମ୍ପର୍କରେ ସ୍ୱଚ୍ଛତା ଏବଂ ସରକାରୀ ତଥ୍ୟ, ବିଭାଗୀୟ ସୂଚନା ପାଇବା ପାଇଁ ଉଚିତ୍ ଦରଖାସ୍ତ କରି ଆବଶ୍ୟକ ସ୍ଥଳେ ପ୍ରାପ୍ୟ ଜମା କରି ଭାରତୀୟ ନାଗରିକ ସୂଚନା ପାଇପାରିବେ। ଏହା ଭାରତୀୟ ନାଗରିକଙ୍କ ଅଧିକାର ବୋଲି ସୂଚନା ଅଧିକାର (ଆରଟିଆଇ) ରେ ଦର୍ଶା ଯାଇଛି।

ଏହି ନିୟମକୁ କୁ ପାଳନ କରିବା ସହିତ ନାଗରିକଙ୍କୁ ବିଭାଗୀୟ ସୂଚନା ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବିଭାଗରେ ସ୍ଵତନ୍ତ୍ର ଭାବେ ସୂଚନା ଅଧିକାରୀ ରହିଛନ୍ତି। ମାତ୍ର କିଛି ଦୁର୍ନୀତି ଗ୍ରସ୍ତ, ଅସାଧୁ ଅଧିକାରୀ, ପଦ ପଦବୀର ଅପବ୍ୟବହାର କରି ସୂଚନା ଅଧିକାର ଆଇନର ଖୋଲମ୍ ଖୋଲା ଉଲଂଘନ କରିବା ସହିତ , ସୂଚନା ଅଧିକାର କୁ ବାଟଵଣା କରୁଛନ୍ତି। ଏ ପରିକି ସୁଚନା ଅଧିକାର ଆଇନ ବଳରେ ସୂଚନା ଦେବା ପରିବର୍ତ୍ତେ ସୂଚନା ମାଗିଥିବା ବ୍ୟକ୍ତି ଙ୍କୁ ନାଲି ଆଖି ଦେଖାଇ, ଧମକ ଚମକ ଦେଉଛନ୍ତି ବୋଲି ଅଭିଯୋଗ ସାମ୍ନାକୁ ଆସିଛି।

ଅଭିଯୋଗ ମୁତାବକ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା କାଳ ଶିମୁଳି ଗ୍ରାମର ସୁବଳ ଚନ୍ଦ୍ର ଦାସ , ଜଳ ସେଚନ ବିଭାଗ ବାଲେଶ୍ଵର ଡ଼ିଭିଜନକୁ ଯାଇ ଏକ ସୂଚନା ପାଇଁ ବିଭାଗୀୟ ସୂଚନା ଅଧିକାରୀଙ୍କ ନିକଟରେ ଦରଖାସ୍ତ କରିଥିଲେ। ମାତ୍ର ସୂଚନା ଅଧିକାରୀ ସୁଶାନ୍ତ ବେହେରା , ସୂଚନା ଦେବାରେ ସହଯୋଗ କରିବା ପରିବର୍ତ୍ତେ ,ଦରଖାସ୍ତ କାରୀ ସୁବଳ ଚନ୍ଦ୍ର ଦାସ ଙ୍କୁ ନାଲି ଆଖି ଦେଖାଇବା ସହିତ, ଧମକ ଚମକ ଦେଇ ଆପଣ ସୂଚନା ମାଗିବାକୁ କିଏ ବୋଲି ପ୍ରଶ୍ନ କରିଥିଲେ। ତେବେ କଣ ପାଇଁ ଦାୟିତ୍ୱରେ ଥିବା ସୂଚନା ଅଧିକାରି ଶ୍ରୀଯୁକ୍ତ ବେହେରା, ସୂଚନା ଦେବା ପରିବର୍ତେ, ସୂଚନା ଅଧିକାରକୁ ଚପାଇ ଦେଇ, ବାଟ ବଣା କରି କଣ୍ଠରୋଧ କରୁଛନ୍ତି ତାକୁ ନେଇ ସାଧାରଣରେ ବଡ ପ୍ରଶ୍ନ। ସାଧାରଣରେ ଏଭଳି ଘଟଣାକୁ ଦୃଢ ନିନ୍ଦା କରିଥିବା ବେଳେ, ଦରଖାସ୍ତ କାରୀ ଶ୍ରୀଯୁକ୍ତ ଦାସ , ନ୍ୟାୟ ପାଇଁ ବାଲେଶ୍ଵର ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିବା ସହିତ ତଦନ୍ତ ଦାବି କରିଛନ୍ତି। ତେବେ ଜିଲ୍ଲାପାଳ କେବେ କି ପ୍ରକାର ନ୍ୟାୟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ବାଲେଶ୍ୱରରୁ ଅଜିତ କୁମାର ସାହୁଙ୍କ ରିପୋର୍ଟ l

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login