The Ultimate Managed Hosting Platform
ADVERTISEMENT

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ

Facebook
Twitter
LinkedIn

ବାରିପଦା : ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । ଦୋଷୀ ଜଗମୋହନ ନାୟକଙ୍କୁ ସଜା ଦେଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ୨୦୨୧ ରେ ଝାରପୋଖରିଆ ଥାନା ଅଞ୍ଚଳରେ ମାମଲା ହୋଇଥିଲା । ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅପରପକ୍ଷରେ ପିଡିତାଙ୍କୁ ଥଇଥାନ ପାଇଁ ଜିଲ୍ଲା ଆଇନ ସହାୟତା ସଂସ୍ଥାକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାବାଳିକା ପ୍ରତି ବଳାତ୍କାର କରିଥିବା ଅଭିଯୁକ୍ତ ଅନ୍ୟ କେହି ନୁହେଁ ବରଂ ପୀଡ଼ିତାଙ୍କ ଖୋଦ ଜେଜେ ବାପା । ଗତ ୨୦-୦୩-୨୧ ମସିହାରେ ପୀଡ଼ିତାଙ୍କ ବାପା ମା’ ଘରୁ ବାହାରକୁ ଯାଇଥିବା ସମୟରେ କାମୁକ ଜେଜେବାପା ନିଜର ୧୨ ବର୍ଷ ବୟସର ନାତୁଣୀ ପ୍ରତି ଅସଦାଚରଣ କରିଥିବା ଝାରପୋଖରିଆ ଥାନାରେ ମାମଲା ରୁଜୁ ହୋଇଥିଲା । ଝାରପୋଖରିଆ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login