ସୁନ୍ଦରଗଡ : ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ନାବାଳିକାଙ୍କୁ ମାରି ଗଛରେ ଟାଙ୍ଗି ଦେଇଥିବା ସନେ୍ଦହ । ଜଣେ ଅଭିଯୁକ୍ତକୁ ଅଟକ ରଖି ବଡଗାଁ ଥାନା ପୋଲିସର ଜେରା । କାଲିଠୁ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର । ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା। ଆଜି ସକାଳୁ ପରିବାର ଲୋକେ ଝିଅର ମୃତଦେହ ଉଦ୍ଧାର କରିବାପରେ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ। ଅଟକଥିବା ଯୁବକ ଓ ସାଥୀ ଗତକାଲି ଉସ୍ତୁନା ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିବାର ପରେ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲେ ବୋଲି ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Views: 72