ଆନନ୍ଦପୁର : ଖେଳୁଥିବା ବେଳେ ନାବାଳକ ଉପରେ ମାଡିଗଲା ଟ୍ରକ । ସୋସ ଥାନା ମଧୁବନ ଛକରେ ଟ୍ରକ ଧକ୍କାରେ ନାବାଳକର ଚାଲିଗଲା ଜୀବନ । ରାସ୍ତାରେ ଖେଳୁଥିବା ବେଳେ ଟ୍ରକ ମାଡିଗଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତକ ହେଲେ ଭଦ୍ରକ ଜିଲ୍ଲା ଦୋଳପଦି ଗାଁର କାଳିଆ ମୁଣ୍ଡାଙ୍କ ପୁଅ ବାଦଲ ମୁଣ୍ଡା । ସେ ବାପା ଓ ମାଆଙ୍କ ସହ ସଙ୍କଟ ପାଲିଆ ଗାଁକୁ ବୁଲିବାକୁ ଆସିଥିଲେ । ରାସ୍ତା ପାର୍ ହେଉଥିବା ବେଳେ ଟ୍ରକଟି ଶିଶୁଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ସୋସୋ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
Views: 21