ଯାଜପୁର : ନାତୁଣୀର ମୃତ୍ୟୁ ଖବର ଶୁଣି ଜେଜେ ବାପାଙ୍କର ଚାଲିଗଲା ଜୀବନ । ବାଲିଚନ୍ଦ୍ରପୁର ଥାନା ଗୋବଣ୍ଟିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ସାପ କାମୁଡିଆରେ କାଲି ୧୫ ବର୍ଷୀୟା ନାତୁଣୀର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ଶୁଣୁଶୁଣୁ ଘର ପିଣ୍ଡାରେ ବସିଥିବା ଜେଜେଙ୍କୁ ହୃଦଘାତ ହୋଇଥିଲା । ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ ଘୋଷଣା କରିଥିଲେ ଡାକ୍ତର । ଗୋଟିଏ ଜୁଇରେ ୨ ଜଣଙ୍କ ଶବ ଦାହ କଲେ ପରିବାର ଓ ଗ୍ରାମବାସୀ ।
Views: 62