ରାୟଗଡା : ନାତି ମାଡରେ ଜେଜେବାପା ମୃତ । କାଶୀପୁର ଥାନା ସିଲା ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହକୁ ନେଇ ନାତିର ଆକ୍ରମଣ । ମୃତକ ହେଲେ ଗୋବର୍ଦ୍ଧନ ନାୟକ। ଅଭିଯୁକ୍ତ ମୋହନକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା ଜାରି ରହିଛି। ସୂଚନା ଅନୁଯାୟୀ, ଆଜି ସକାଳେ ଗୋବର୍ଦ୍ଧନ ନାୟକ ଘର ପିଣ୍ଢାରେ ବସିଥିବା ବେଳେ ହଠାତ୍ ନାତି ମୋହନ ନାୟକ ତାଙ୍କୁ ଟଙ୍କା ମାଗିଥିଲା। ଗୋବର୍ଦ୍ଧନ କିନ୍ତୁ ତାଙ୍କ ପାଖରେ ନାହିଁ ବୋଲି କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମୋହନ ଜେଜେବାପାଙ୍କୁ ମାଡ଼ ମାରିଥିଲା। ସେହି ସମୟରେ ଗୋବର୍ଦ୍ଧନ ନାୟକଙ୍କ ମୁଣ୍ଡ ଏକ ପଥରରେ ବାଜି ଯିବାରୁ ତାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇ କାଶୀପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମୋହନ ନାୟକକୁ ଧରିବା ସହ ଥାନାକୁ ଆଣିଥିଲା। ଏବେ ପୋଲିସ ତାକୁ ପଚରାଉଚରା କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 72