ନୂଆଦିଲ୍ଲୀ : ପାକିସ୍ତାନ ପରେ ନାଇଜେରିଆ ରକ୍ତାକ୍ତ ସଂଘର୍ଷ । ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହା ବିଷୟରେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ନାଇଜେରିଆରେ ଅଧିକ ମୁସଲମାନ ଉତ୍ତର ଅଞ୍ଚଳରେ ରହିଛନ୍ତି । ସେହିପରି ଅନ୍ୟ ଜାତିର ଲୋକ ଦକ୍ଷିଣ ଅଞ୍ଚଳରେ ରହୁନ୍ତି । ଏମାନଙ୍କ ମଧ୍ୟରେ ବିଭାଜନକୁ ନେଇ ପ୍ରାୟତ ଝଗଡା ଲାଗିଥାଏ । ଏଠାରେ ଅନେକ ବର୍ଷର ଜାତି ଏବଂ ଧର୍ମକୁ ନେଇ ହିଂସା ଦେଖିବାକୁ ମିଳିଥାଏ । ଘଟଣା ପରେ ସୁରକ୍ଷା ଅଧିକାରୀ ସ୍ଥାନୀୟ ଅଞ୍ଚଳକୁ ଯାଇ ମୁତୟନ ହୋଇଛନ୍ତି ୨୪ ଘଣ୍ଟା ପାଇଁ କଫ୍ୟୁ ଲାଗିଛି । ଯେଉଁଠାରେ ହୁଡଲୁମ୍ସ ଲୋକ ରହିଛନ୍ତି, ସେଠାରେ ଏଭଳି କାଣ୍ଡ ଘଟିଛି । ହୁଡଲୁମ୍ସ ଏକ ସ୍ଥାନୀୟ ଶବ୍ଦ । ଯାହାର ବ୍ୟବହାହର ଅପରାଧିଙ୍କ ପାଇଁ କରାଯାଏ । ଉତ୍ତର ଏବଂ ମଧ୍ୟ ନାଇଜେରିଆରେ ସବୁବେଳେ ହତ୍ୟାକାଣ୍ଡ, ସାମୂହିକ ଅପହରଣ, ଡାକୟତି ଘଟଣା ସାମ୍ନାକୁ ଆସିଥାଏ ।ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲ ମାସରେ ୫୦ ଲୋକ ପ୍ରାଣ ହରାଇଥିଲେ । ଯେଉଁଠି ବନ୍ଧୁକଧାରୀ ଗାଁରେ ପଶି ଆକ୍ରମଣ କରିଥିଲେ ।
ନାଇଜେରିଆରେ ସାଂପ୍ରଦାୟିକ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ , ୩୦ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...