ବୈାଦ୍ଧ : ନଳୀକୁମ୍ଫା ଜଙ୍ଗଲରେ କମ୍ବିଂ ଅପରେସନ ଜାରି । ମନମୁଣ୍ଡା ନଳୀକୁମ୍ଫା ଜଙ୍ଗଲରେ ଚାଲିଛି କମ୍ବିଂ ଅପରେସନ । କାଲି ପୋଲିସ- ମାଓବାଦୀ ଗୁଳି ବିନିମୟ ପରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । କନ୍ଧମାଳରୁ ୭ , ବୈାଦ୍ଧରୁ ୫ ଏସଓଜି କମ୍ପାନୀ ଅପରେସନରେ ସାମିଲ । ବୈାଦ୍ଧ, ବ୍ରହ୍ମପୁର , କନ୍ଧମାଳରୁ ୩ଟି ବୋମା ନିଷ୍କ୍ରିୟକାରୀ ଦଳ ସାମିଲ । କାଲି ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ-ମାଓବାଦୀ ମାନଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ମାଓବାଦୀମାନେ ପ୍ରାୟ ୪୦୦ ଆଇଇଡି ଖଞ୍ଜି ବଡ଼ ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ। ବୋମା ନିଷ୍କ୍ରିୟକାରୀ ଟିମ୍ ବୋମାକୁ ଅକାମୀ କରୁଛନ୍ତି।ସୂଚନା ଦେଇଛନ୍ତି ଏଡିଜି ଅପରେସନ। ଗତକାଲି ପ୍ରାୟ ଦେଢ଼ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। କେକେବିଏନ ସଂଗଠନର ମାଓବାଦୀ ଏସଓଜି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ଯବାନ ପାଲଟା ଗୁଳିଚାଳନା କରିଥିଲେ। ପୂର୍ବରୁ ମଧ୍ୟ ଏଠାରେ ଅପରେସନ କରି ମାଓ କ୍ୟାମ୍ପ ନଷ୍ଟ କରିଥିଲେ ସୁରକ୍ଷା ବାହିନୀ ।
Views: 97











