ଦିଲ୍ଲୀ : ନାଳ ସଫା କରୁଥିବାବେଳେ ବିଷାକ୍ତ ଗ୍ୟାସ ଯୋଗୁଁ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଚିକିତ୍ସାଧୀନ ରହିଛନ୍ତି । ଏପରି ଘଟଣା ଘଟିଛି ଦିଲ୍ଲୀର ଅଶୋକ ବିହାରରେ । ଗତକାଲି ରାତି ୧୨ଟା ସମୟରେ ଦେଖିବାକୁ ମିଳିଥିଲା ଏପରି ଘଟଣା । ସୂଚନାନୁଯାୟୀ, ବିଳମ୍ବିତ ରାତିରେ ଏକ ଆପାର୍ଟମେଣ୍ଟ ନିକଟରେ ନର୍ଦ୍ଦମା ସଫା କରାଯାଉଥିଲା। ହଠାତ୍ ଏହି ସମୟରେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିବା ପରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ମୃତ ବ୍ୟକ୍ତି ଜଣକ ୪୦ ବର୍ଷୀୟ ଅରବିନ୍ଦ ବୋଲି ଜଣାପଡିଛି ।
Views: 36