ମାହାଙ୍ଗା : ସ୍ୱାମୀ ସାଜିଲା ନୃଶଂସ । ନରହନ୍ତା ସ୍ୱାମୀ ଡିଜେଲ ଢାଳି ମାରିଦେଲା ନିଜ ସ୍ତ୍ରୀକୁ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଯାହାର ହାତ ଧରିଥିଲା ତାର ଜୀବନ ନେବାକୁ ପଛାଇଲା ନାହିଁ ମଦ୍ୟପ ସ୍ୱାମୀ । ମାତ୍ର ଦେଢ଼ ବର୍ଷ ନପୁରୁଣୁ ସ୍ତ୍ରୀ ଙ୍କୁ ମାରି ଡିଜେଲ ଢାଳି ପୋଡ଼ି ଜାଳି ଦେଲା ନୃଶଂସ ସ୍ବାମୀ। ଅଗ୍ନିକୁ ସାକ୍ଷୀରଖି ଯାହାକୁ ସାତ ଜନ୍ମପାଇଁ ନିଜର କରିବାକୁ କଥା ଦେଇଥିଲା, ସେହି ନୀରିହା ଝିଅଟିକୁ ବିବାହର ମାତ୍ର ଦେଢ଼ ବର୍ଷ ନପୂରୁଣୁ ହତ୍ୟା କରିଛି ରକ୍ତମୁଖା ସ୍ୱାମୀ । ଏଭଳି ହୃଦୟ ବିଦାରକ ଓ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ଭଦ୍ରେଶ୍ୱର ଥାନା କୁରୁଜଙ୍ଗା ପଂଚାୟତର ଢିଅମାଳ ଗ୍ରାମରେ । ଏହି ଗାଁ’ର ତ୍ରିଲୋଚନ ଦାସଙ୍କ ଏକମାତ୍ର ପୁଅ ଦେବୀପ୍ରସାଦ ଦାସ ଓରଫ୍ ଦିପୁ ମଞ୍ଚେଶ୍ବର ଥାନା କଳାରାହଙ୍ଗ ଗାଁ’ର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଏକମାତ୍ର ଝିଅ ସୋନାଲି ବେହେରା ଓରଫ ମିକିଙ୍କୁ ଗତ ୨୦୨୨ ମସିହା ମେ ମାସ ୧୩ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲା । ବିବାହର ମାତ୍ର ୪ /୫ ମାସ ପର୍ୟ୍ୟନ୍ତ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ଥିଲା। ହେଲେ ହଠାତ ବଦଳି ଗଲା ସ୍ୱାମୀର ଆଚରଣ । ସ୍ତ୍ରୀ ମିକି ଉପରେ ଆରମ୍ଭ ହେଲା ଶାରୀରିକ ଓ ମାନସିକ ଅତ୍ୟାଚାର। ଅତ୍ୟାଚାର କରୁଥିଲା ସ୍ବାମୀ ଦିପୁ। ଦୀପୁକୁ ସମର୍ଥନ ଦେଉଥିଲେ ପରିବାର ଲୋକେ । ଦିପୁ ଚାକିରିରୁ ଶନିବାର କିମ୍ବା ରବିବାର ଘରକୁ ଆସିଲେ ସ୍ତ୍ରୀ ମିକି ଉପରେ ଆରମ୍ଭ ହୋଇଯାଏ ଜୁଲମ । ମଦ୍ୟପ ସାଙ୍ଗ ମାନଙ୍କ ସହିତ ଅସାମାଜିକ କାର୍ୟ୍ୟରେ ଲିପ୍ତ ଦୀପୁ ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀକୁ ଗୋରୁଗାଈ ଭଳି ମାଡ଼ ମାରନ୍ତି ବୋଲି ଥାନା ରେ ଅଭିଯୋଗ କରିଛନ୍ତି ମୃତ ସୋନାଲିର ବାପା ପୂର୍ଣ୍ଣଚନ୍ଦ୍ର । ଏହି କିଛି ଦିନ ପୂର୍ବରୁ ସ୍ତ୍ରୀ ସୋନାଲି ଏବଂ ସ୍ବାମୀ ଦେବୀପ୍ରସାଦଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି କାରଣରୁ ମତାନ୍ତର ହୋଇଥିଲା ବେଳେ, ସୋନାଲି ନିରୁପାୟ ହୋଇ ଶାଶୁଘର ଛାଡି ପଳାଇ ଯାଇଥିଲା । ଏ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଭଦ୍ରେଶ୍ବର ଥାନା ପୋଲିସର ହସ୍ତକ୍ଷେପ ଫଳରେ ଉଭୟ ପରିବାର ମଧ୍ୟରେ ଏକ ଆପୋଷ ସମାଧାନ ପରେ,ନିଜ ଶାଶୁଘର ଢିଅମାଳକୁ ଫେରିଥିଲେ ସୋନାଲି। ତେବେ ନୃଶଂସ ସ୍ୱାମୀ ଭିତରେ କୌଣସି ପରିବର୍ତ୍ତନ ଆସିନଥିଲା । ପୁଣି ଆରମ୍ଭ ହେଲା ମାନସିକ ଓ ଶାରୀରିକ ନିର୍ୟାତନା । ମାଡ ଗାଳି ସାଙ୍ଗକୁ ଜୀବନରୁ ମାରିଦେବାକୁ ଷଢଯନ୍ତ୍ର କ୍ଷ ଜଲ୍ହାଦ ସ୍ୱାମୀ ସାଜିଲା ସ୍ତ୍ରୀ ର ହତ୍ୟାକାରୀ । ଡିଜେଲ ଢାଳି ପୋଡି ଦେଲା ସୋନାଲିକୁ । ହୁତ ହୁତ ହୋଇ ଜଳିଗଲା ଗୋଟେ ନବ ବଧୂ । ସବୁଦିନ ପାଇଁ ଆଖି ବୁଜିଦେଲା ବିଚାରୀ ନୀରିହା ଝିଅଟିଏ । ଅନ୍ୟ ପକ୍ଷରେ ସୋନାଲିର ଶାଶୁ ଏହି ଘଟଣାକୁ ଆତ୍ମହତ୍ୟା ବୋଲି କହୁଥିଲା ବେଳେ ତାଙ୍କ ଘରର ପୁରୁଷ ଲୋକମାନେ କାହିଁକି ଫେରାର ଅଛନ୍ତି ସେ ନେଇ ମୁହଁ ଖୋଲୁ ନାହାନ୍ତି । ଅଭିଯୋଗ ଆଧାରରେ ମୃତ ମହିଳାଙ୍କ ଶବ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ଭଦ୍ରେଶ୍ୱର ଥାନା ପୋଲିସ । ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ମୃତକର ପରିବାର ପକ୍ଷରୁ ଦାବୀ ହୋଇଛି ।
ନରହନ୍ତା ସ୍ୱାମୀ , ନେଇଗଲା ସ୍ତ୍ରୀର ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...