The Ultimate Managed Hosting Platform
ADVERTISEMENT

ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ : ୩୩ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଆହତ

Facebook
Twitter
LinkedIn

ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩୩ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି । ଏମିତି ଛାତିଥରା ବିସ୍ଫୋରଣ ଘଟିଛି ଆଫଗାନସ୍ତାନରେ । ଶୁକ୍ରବାର ରାତିରେ ଆଫଗାନିସ୍ତାନର କୁନ୍ଦୁଜ୍ ପ୍ରଦେଶ ଅନ୍ତର୍ଗତ ଏକ ମସଜିଦର ନମାଜ ପାଠ ସମୟରେ ବୋମା ବିସ୍ଫୋରଣ ଘଟିଥିଲା । ଏହି ହମଲା ପାଇଁ ଆତଙ୍କୀ ସଂଗଠନ ଆଇଏସଆଇଏସ୍ ନିଜକୁ ଦାୟୀ କରିଚି ।

ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଟ୍ୱିଟ୍ କରି ଏହି ବିସ୍ଫୋରଣ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ସେ ଏହି ନରସଂହାରକୁ ନିନ୍ଦା କରିବା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ବିସ୍ଫୋରଣ ଯୋଗୁ ଶିଶୁଙ୍କ ସମେତ ୩୩ ଜଣ ମୃତ୍ୟୁ ହୋଇଛି ଏବଂ ୪୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗତ ଦୁଇ ଦିନରେ ଆଫଗାନିସ୍ତାନରେ ଏହା ତୃତୀୟ ବିସ୍ଫୋରଣ । ଏହା ପୂର୍ବରୁ ଗୁରୁବାର ଏକ ମସଜିଦରେ ହୋଇଥିବା ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୮ ଜଣ ଆହତ ହୋଇଥିଲେ । ସେହିପରି ଗୁରୁବାର ଆଉଏକ କୁନ୍ଦୁଜ ସହରରେ ଆଉଏକ ହମଲାରେ ୪ ଜଣ ନିହତ ହୋଇଥିବା ବେଳେ ୧୮ ଆହତ ହୋଇଥିଲେ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login