ଭୁବନେଶ୍ୱର : ଆଜି ଦାଖଲ ହୋଇପାରେ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ । ଝାରସୁଗୁଡା ଏସଡିଜେଏମ କୋର୍ଟରେ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ । ଏଏସଆଇ ଗୋପାଳ ଦାସ କାହିଁକି ଗୁଳି କରି ହତ୍ୟା କରିଥିଲା ଏଯାଏଁ ଅସ୍ପଷ୍ଟ । ଚାର୍ଜସିଟ ଦାଖଲ ପରେ ହତ୍ୟାର କାରଣ ପଦାକୁ ଆସିପାରେ । ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା ।
ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବ୍ରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ଫରେନସିକ୍ ଲ୍ୟାବ୍ର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲ୍ଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା । ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମର ଯାଞ୍ଚ ସହ ନିମହାନ୍ସୀ ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତୀର ପରୀକ୍ଷା କରିଥିଲେ ।
Views: 83