ଭୁବନେଶ୍ୱର : ପାଣ୍ଡିଆନଙ୍କୁ ବିଜେଡି ସୁପ୍ରିମୋ କ୍ଲିନଚିଟ ଦେବା ପ୍ରସଙ୍ଗ । ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ବଡ ବୟାନ । ପାଣ୍ଡିଆନଙ୍କୁ ନେଇ ନବୀନ ବାବୁ ସାମ୍ନାକୁ ଆସୁଛନ୍ତି । ନିଜେ ପାଣ୍ଡିଆନ ଆଗକୁ ଆସି ସ୍ପଷ୍ଟ କରିବା ଦରକାର । ପାଣ୍ଡିଆନ ଫ୍ୟାକ୍ଟରକୁ କେହି ଗ୍ରହଣ କରୁ ନାହାନ୍ତି । ମୁଁ କିଛି ହସ୍ତକ୍ଷେପ କରୁନି ବୋଲି ପାଣ୍ଡିଆନ କୁହନ୍ତି । ପାଣ୍ଡିଆନ ଦଳରେ ନାହାନ୍ତି ବୋଲି କହୁଛନ୍ତି । ନବୀନ ବାବୁ କାହିଁକି ତାଙ୍କୁ ଛାଡିପାରୁନାହାନ୍ତି । ଏବେ ବି ଦଳରେ ତାଙ୍କର ଦବଦବା ରହିଛି । ପାଣ୍ଡିଆନ ନିଜେ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଖୋଲାଖୋଲି ଆହ୍ବାନ କରିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଗଣମାଧ୍ୟମ ଆଗରେ ନବୀନଙ୍କ ବିରୋଧରେ ବିଷୋଦ୍ଗାର କରିଥିଲେ । ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି ବୋଲି ନବୀନ କହିବା ପରେ ପ୍ରଭାତ ଜବାବ ରଖି ନବୀନଙ୍କୁ କାଉଣ୍ଟର କରିଥିଲେ । ଯାହାକୁ ନେଇ ରାଜନୀତି ତେଜିଥିଲା ।
ନବୀନ, ପାଣ୍ଡିଆନଙ୍କୁ ପ୍ରଫୁଲ୍ଲଙ୍କ ଚ୍ୟାଲେଞ୍ଜ, କହିଲେ ନିଜେ ପାଣ୍ଡିଆନ ସ୍ପଷ୍ଟ କରନ୍ତୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











