The Ultimate Managed Hosting Platform
ADVERTISEMENT

ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି

Facebook
Twitter
LinkedIn

ଭୁବନେଶ୍ୱର : ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି । ରାଲି ଅଟକାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି । ବ୍ୟାରିକେଡ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ । ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାରିଲେ ଯୁବ କଂଗ୍ରେସ କର୍ମୀ । ନିଯୁକ୍ତି ଓ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିକ୍ଷୋଭ କରିବା ସହ ନବୀନ ନିବାସ ଅଭିମୁଖେ ଯାଉଥିଲେ । ବ୍ୟାରିକେଡ ଭାଙ୍ଗି ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ରାଜଭବନ ନିକଟରେ ଅଟକାଇଥିଲା ପୋଲିସ । ଫଳରେ ଉଭୟ ପୋଲିସ-ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ଭାରତୀୟ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ ।ନବୀନ ନିବାସ ଘେରିବାକୁ ମାଷ୍ଟରକ୍ୟାଂଟିନରୁ ନବୀନ ନିବାସ ଅଭିମୂଖେ ବାହାରିଛନ୍ତି ଶତାଧିକ କଂଗ୍ରେସ କର୍ମୀ । ଭାରତୀୟ ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ୨୪ ବର୍ଷ ମଧ୍ୟରେ ରାଜ୍ୟରେ ଭ୍ରଷ୍ଟାଚାର, ଦୁର୍ନୀତି ବଢିଥିବା ଅଭିଯୋଗରେ ପ୍ରତିବାଦ କରୁଛି ଯୁବ କଂଗ୍ରେସ ।ଆଜି ଭାରତୀୟ ଯୁବ କଂଗ୍ରେସ ସଭାପତି ଏହି ବିକ୍ଷୋଭରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଉଭୟଙ୍କ ମଧ୍ୟରେ ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ସମ୍ପର୍କ ବୋଲି କହିଛନ୍ତି । ଉଭୟ ସରକାର ଯୁବକଙ୍କୁ ଠକିଛନ୍ତି । ନିଯୁକ୍ତି ଦେଉନାହାନ୍ତି, ଦର ହୁ ହୁ ହୋଇ ବଢୁଛି । ଉଭୟ ସରକାର ମିଳିତ ଭାବେ ଓଡ଼ିଶାକୁ ଲୁଟ୍ କରୁଛନ୍ତି ବୋଲି କହିଛନ୍ତି ବି.ଭି ଶ୍ରୀନିବାସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login