ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମାନଙ୍କ ସମ୍ପର୍କରେ ଏଡିଆର ସର୍ଭେର ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ କେଉଁ ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ ତାହା ସର୍ଭେ ରିପୋର୍ଟରୁ ଜଣା ପଡିଛି । ତେବେ ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକ ତୃତୀୟ ସର୍ବାଧିକ ଧନୀ ବୋଲି ଜଣାପଡିଛି । ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ମୋଟ ୬୩ କୋଟି ଟଙ୍କା । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସର୍ବାଧିକ ଧନୀ ମୁଖ୍ୟମନ୍ତ୍ରୀ । ଜଗନଙ୍କ ମୋଟ ସମ୍ପତ୍ତିର ପରିମାଣ ୫୧୦ କୋଟି ଟଙ୍କା । ୨ୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ପେମା ଖାଣ୍ଡୁଙ୍କର ସମ୍ପତ୍ତିର ମୂଲ୍ୟ ହେଉଛି ୧୬୩ କୋଟି । ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ସମ୍ପତ୍ତି ସବୁଠାରୁ କମ । ମମତା ବାନାର୍ଜୀଙ୍କର ସମ୍ପତ୍ତି ର ପରମାଣ ହେଉଛି ମାତ୍ର ୧୫ ଲକ୍ଷ ।
Views: 89











