ଭୁବନେଶ୍ୱର : ରାଜ୍ୟ ରାଜନୀତି ଏବେ ଉଠୁଛି ଆଉ ପଡୁଛି । ନାରୀ ସୁରକ୍ଷାକୁ ନେଇ ବିରୋଧୀଙ୍କ ପ୍ରଶ୍ନରେ ଏବେ ରାଜ୍ୟ ସରକାର ଘାଇଲା । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଗଲାଣି । ତେଣୁ ଅନେକ ପ୍ରସଙ୍ଗରେ ମୁଖ୍ୟମନ୍ତୀଙ୍କ ଇସ୍ତଫା ଦାବି କରୁଛନ୍ତି ବିଜେଡି ଆଉ କଂଗ୍ରେସ । ବର୍ତ୍ତମାନ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଆହୁରି ତେଜିଛି । ରାଜ୍ୟରେ ବିଜେପିର ବର୍ଷକର ମୋହନ ସରକାରକୁ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ । ପିସିସି ସଭାପତି ଭକ୍ତଚରଣ ଦାସ ଏଥିପାଇଁ ନବୀନଙ୍କ ବିଜେଡି ସହ ହାତ ମିଶାଇବାକୁ ମଧ୍ୟ ଇସାରା ଦେଇଛନ୍ତି ।
ସିଧା ସିଧା କହିଛନ୍ତି ବିଜେଡି ବିଧାନସଭାରେ ଅନାସ୍ଥା ଆଣୁ ଯାହାକୁ କି କଂଗ୍ରେସ ସମର୍ଥନ କରିବ । ନହେଲେ କଂଗ୍ରେସ ଯଦି ଅନାସ୍ଥା ପ୍ରସ୍ତାବ ଆଣୁଛି, ତେବେ ବିଜେଡି ଏହାକୁ ସମର୍ଥନ କରୁ ବୋଲି ଭକ୍ତ ଦାସ କହିଛନ୍ତି । ଯାହା ପରେ ଚର୍ଚ୍ଚା ବଢ଼ିଛି ଯେ, ସତରେ କଣ ବିଜେପି ସରକାର ଭାଙ୍ଗିବାକୁ ଏକାଠି ହେଇଯିବେ ଶଙ୍ଖ ଆଉ ହାତ ? ବୁଧବାର ଭକ୍ତ ଦାସ କହିଥିଲେ ଆମର ଯଦି ବିଜେଡି ଭଳି ୫୧ ବିଧାୟକ ଥାନ୍ତେ, ତେବେ ଆମେ ସରକାର ଭାଙ୍ଗି ଦେଇଥାନ୍ତୁ । ନାରୀକୁ ନ୍ୟାୟ ଦେବାକୁ କଂଗ୍ରେସର ସଂଗ୍ରାମ ଜାରି ରହିଛି । ତେବେ ବିଜେଡି ଯଦି ନାରୀଙ୍କୁ ପ୍ରକୃତରେ ନ୍ୟାୟ ଦେବାକୁ ଚାହୁଁଛି, ତେବେ ସରକାର ବିରୋଧରେ ଅନାସ୍ଥା ଆଣୁ ବୋଲି ଭକ୍ତ ଦାସ ଆହ୍ୱାନ ଦେଇଥିଲେ । ଆଉ ଏଥିପାଇଁ ସେ ବିଜେଡିକୁ ସମର୍ଥନ ଦେବେ ବୋଲି ମଧ୍ୟ ଖୋଲା ଘୋଷଣା କରିଥିଲେ ।
ଭକ୍ତ ଦାସଙ୍କ ଏମିତି ବୟାନ ପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି ଯେ, ବିଜେପି ସରକାର ଭାଙ୍ଗିବାକୁ ଏକାଠି ହେବେ କି, କଂଗ୍ରେସ ଆଉ ବିଜେଡି ? ଗୋଟିଏ ପଟେ ବିଜେଡି ପାଖରେ ୫୧ ଜଣ ବିଧାୟକ ଅଛନ୍ତି ଆଉ କଂଗ୍ରେସ ପାଖରେ ୧୪ ବିଧାୟକ । ଦୁଇ ଦଳର ବିଧାୟକଙ୍କୁ ମିଶାଇଲେ ବି ଅନାସ୍ଥା ଭୋଟ ସରକାର ବିପକ୍ଷରେ ଯିବା ସମ୍ଭବ ନୁହେଁ । କାହିଁକି ନା ଏବେ ମୋହନ ସରକାର ପାଖରେ ୭୮ ବିଧାୟକ ରହିଥିବାବେଳେ, ୩ ସ୍ୱାଧୀନ ବିଧାୟକଙ୍କର ମଧ୍ୟ ସମର୍ଥନ ରହିଛି ।
ଆଉ ଏହାକୁ ନେଇ ମୋହନଙ୍କ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କହିଛନ୍ତି ଯେ, ବିରୋଧୀ ଯଦି ଅନାସ୍ଥା ଆଣନ୍ତି ତେବେ ନିଜେ କ୍ଷତାକ୍ତ ହେବେ । ଲଗାତାର ରାଜ୍ୟରେ ଦୁଷ୍କର୍ମ ଓ ନାରୀ ସୁରକ୍ଷାକୁ ନେଇ ଉଠୁଛି ପଡୁଛି ରାଜନୀତି । ଆଉ ଏହାରି ଭିତରେ ଭକ୍ତ ଦାସଙ୍କ ଏ ସରକାର ଭାଙ୍ଗିବାର ଫର୍ମୁଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଖାସ୍ କରି ବିଜେଡି ସହ ହାତ ମିଳାଇବାକୁ କଂଗ୍ରେସ କେମିତି ନିଷ୍ପତ୍ତି ନେଲା ତାକୁ ନେଇ ଚର୍ଚ୍ଚା ବଢ଼ିଛି ।
ନବୀନଙ୍କ ସହ ହାତ ମିଶାଇବେ କି ଭକ୍ତ ? ଆସିବ କି ଅନାସ୍ଥା ପ୍ରସ୍ତାବ ?
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











