ଭୁବନେଶ୍ୱର : ଉପସଭାପତି ପଦରୁ ବିଦା ହେବା ପରେ ସୈାମ୍ୟଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଉପରେ ପ୍ରଶ୍ନ ଉଠାଇଲେ । ଦଳୀୟ ଚିଠିରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଉପରେ ସନେ୍ଦହ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଥା ହେବାକୁ ୨ ମିନିଟ ସମୟ ମାଗିଥିଲି । ସମୟ ନ ଦେଇ ପଦରୁ ହଟା ଯାଇଥିବାରୁ ସନେ୍ଦହ ହେଉଛି । ପଦ ହରାଇବା ଉପରେ ମତ ରଖିଲେ ସୈାମ୍ୟ ପଟ୍ଟନାୟକ । କିଛି ହରାଇଲି ବୋଲି ଭାବୁନାହିଁ , ପଦରେ ଥାଇ କଣ କରୁଥିଲି କି । ଆମ ଦଳରେ ଯେଉଁମାନେ ପଦପଦବୀରେ ଥାଆନ୍ତି କଣ କରନ୍ତିକି ? ଆମ ଦଳରେ ପଦପଦବୀ କେବଳ ଆଳଙ୍କରିକ ।
ସେ କହିଛନ୍ତି ଯେ ଏଭଳି ପଦକ୍ଷେପ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ସଭାପତି ଭାବରେ ନବୀନ କାହାକୁ ରଖିବେ କାହାକୁ ରଖିବେ ନାହିଁ, ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କ ଇଛାଧିନ ବ୍ୟାପାର । ତେବେ ଉପସଭାପତି ପଦ ଚାଲିଯିବାରେ କୌଣସି ଅସ୍ଵାଭାବିକତା ନାହିଁ । ତେବେ ଏହି ପଦ ହରାଇଲି ବୋଲି କିଛି ହରାଇଲି ବୋଲି ମୋତେ ଲାଗୁନାହିଁ । କାରଣ ଉପସଭାପତି ଭାବରେ ସେମିତି କିଛି କରୁନଥିଲି, ଯେ ତାହାର ପ୍ରଭାବ ପଡିବ । ଏମିତି ପଦପଦବୀରେ ବିଜେଡିରେ ଅନେକ ନେତା ଅଛନ୍ତି ଯେଉଁମାନେ କିଛି କରନ୍ତି ନାହିଁ । ଆଜି ଏହି ବରଖାସ୍ତର ନିର୍ଦ୍ଦେଶନାମା ମିଳିଛି । ତେବେ ଦସ୍ତଖତ ଅସଲି ନା ନକଲି ଜାଣିବା ସମ୍ଭବପର ନୁହେଁ । ସେହିପରି ରାଜନୀତି ଗୋଟିଏ ନିଷ୍ପତ୍ତିରେ ସରିଯାଏନାହିଁ ବୋଲି ସେ କହିଛନ୍ତି ।
ନବୀନଙ୍କ ଦସ୍ତଖତ ଅସଲି ନା ନକଲି-ସୈାମ୍ୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











