The Ultimate Managed Hosting Platform
ADVERTISEMENT

‘ନବୀନଙ୍କ ଡ୍ରାମାକୁ କେହି ଗ୍ରହଣ କରୁନାହାନ୍ତି’

Facebook
Twitter
LinkedIn

ଭୁବନେଶ୍ୱର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବା ଘୋଷଣା । ନବୀନଙ୍କ ଆକ୍ଷେପ କଲେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ନବୀନ ବାବୁ ଧନା ଲୋକ ଏସବୁ ଡ୍ରାମା ବୋଲି କହିଛନ୍ତି ଜୟନାରାୟଣ । ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି , ତଦନ୍ତ ହେବା ଦରକାର । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ପାଇଁ ବାରମ୍ବାର ବିଧାନସଭାରେ ଦାବି କରିଛନ୍ତି । ପ୍ରମିଳାଙ୍କ ଦାବିକୁ ନବୀନ ବାବୁଙ୍କର ସମର୍ଥନ ରହିଥିଲା । ନବୀନ ବାବୁଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ । ଦଳ ପାଇଁ ଏହା ଲାଗୁ କରିଥିଲେ ଭଲ ହୋଇଥାନ୍ତା । ବିଧାନସଭାରେ ନବୀନ ବାବୁ କାହିଁକି ରହିଲେ ନାହିଁ ବୋଲି ପ୍ରଶ୍ନ କଲେ । ବିଧାନସଭା ଅଧିବେଶନ ଆଲୋଚନାରେ ଭାଗ ନେଇ ପାରିଥାନ୍ତି । ବିରୋଧ କରିଥିଲେ , ସରକାର ବିଲକୁ ପ୍ରତ୍ୟାହାର କରି ନେଇଥାନ୍ତେ ।
ଅନ୍ୟପଟେ ଏ ପ୍ରସଙ୍ଗରେ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ବିଧାନସଭାରେ ନବୀନ ବାବୁଙ୍କୁ କହିବାର ସୁଯୋଗ ଥିଲା । ଆସିଲେ ନାହିଁ , କାହିଁକି ମତ ରଖିଲେ ନାହିଁ । ଏହା ଆଉ କିଛି ନୁହେଁ , କେବଳ ରାଜନୀତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login