ଭୁବନେଶ୍ୱର : ବିନା ନବୀନରେ ବିଜେଡି ପଦ ଯାତ୍ରା ଆରମ୍ଭ । ପ୍ରଥମ ଥର ନବୀନଙ୍କ ଅନୁପସ୍ଥିତିରେ ବିଜେଡି ପଦଯାତ୍ରା । ଅନୁପସ୍ଥିତ ଥାଇ ପାରନ୍ତି କିନ୍ତୁ ଲୋକେ ନବୀନଙ୍କୁ ଭଲ ପାଆନ୍ତି ବୋଲି ନେତାଙ୍କ ମତ ରହିଛି । ମାସେ ଧରି ଚାଲିବ ବିଜେଡି ଜନ ସମ୍ପର୍କ ପଦଯାତ୍ରା । ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଁଚାଇବାକୁ ଯୋଜନା । ଓଡ଼ିଆ ଅସ୍ମିତା ଓ ପରିବର୍ତ୍ତନର ନାରା ଦେଇ ସରକାରକୁ ଆସିଥିବା ବିଜେପି, ବିକାଶ ବନ୍ଦ କରି ଦେଇଥିବା ଅଭିଯୋଗ କରିଛି ବିଜେଡି । ଯାହା ବିକାଶ ହୋଇଥିଲା ନବୀନଙ୍କ ସମୟରେ । ବିଜେପି ପରିବର୍ତନ କଥା କହିଥିଲା । ରଙ୍ଗ ଓ ନାଁ ପରିବର୍ତ୍ତନ କରୁଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ପରିବର୍ତନ କରିଛନ୍ତି । ନବୀନ ସରକାରଙ୍କ ସମୟର କାମ ବି ବନ୍ଦ କରି ଦେଲେ । ଦୁଇ କୋଟି ଚାକିରୀ କଥା କହିଥିଲେ । ଏବେ ପକୋଡ଼ି ବିକିବାକୁ ଚାକିରୀ କହୁଛନ୍ତି । ନିଜ କୁଜି ନେତାଙ୍କୁ ଥଇଥାନ କରିବାକୁ ଯୋଜନା ହେଉଛି । ପଦଯାତ୍ରାରେ ବିଜେଡି ବିଜେପିର ମୁଖା ଖୋଲିବ ବୋଲି କହିଛି ଦଳ । ଗୋପବନ୍ଧୁ ଜୟନ୍ତୀରୁ ୧ ମାସ ପର୍ୟ୍ୟନ୍ତ ଚାଲିବ ପଦଯାତ୍ରା । ଏଥିରେ ବିଜେଡିର ସମସ୍ତ ଛାମୁଆ ସଂଗଠନ ଯୋଗ ଦେବେ ।
ନବୀନଙ୍କ ଅନୁପସ୍ଥିତିରେ ବିଜେଡି ପଦଯାତ୍ରା ,ମାସେ ଧରି ଚାଲିବ
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











