ଝାରସୁଗୁଡା : ନବ ଦାସଙ୍କ ଝାରସୁଗୁଡା ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ । ନୂଆ ତଦନ୍ତ ଅଧିକାରୀ ଓ ଜଣେ ମହିଳା ଅଧିକାରୀ ପହଁଚିଲେ । ସରବାହାଲ ସ୍ଥିତ ଘରେ ପହଁଚି ପଚରାଉଚରା କରୁଥିବା ସୂଚନା । ଝିଅ ଦୀପାଲି ଦାସ ଓ ପୁଅ ଵିଶାଲ ଦାସଙ୍କ ବୟାନ ରେକର୍ଡ଼ କରିବା ସୂଚନା ରହିଛି । ପୂର୍ବରୁ ଦୀପାଲି ଓ ଵିଶାଲକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଡ଼କରା ହୋଇଥିଲା । ହେଲେ ଦୀପାଲି ଓ ଵିଶାଲ କ୍ରାଇମବ୍ରାଞ୍ଚରେ ହାଜର ହୋଇନଥିଲେ । ଆଜି କ୍ରାଇମବ୍ରାଞ୍ଚର ଏକ ଟିମ ତାଙ୍କ ବାସ ଭବନରେ ପହଁଚିଥିବା ସୂଚନା ମିଳିଛି । ନବ ଦାସଙ୍କୁ ୨୦୨୩ ଜାନୁଆରୀ ୨୯ରେ ହତ୍ୟା କରାଯାଇଥିଲା । ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍ ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ ।
Views: 45











