ଭୁବନେଶ୍ୱର : ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡିକର ହେବ ନବକଳେବର । ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ କୋଠା ନିର୍ମାଣ ହେବ । କଲେକ୍ଟରେଟ କୋଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯୋଡାଯିବ । ଜିଲ୍ଲା ଗୁଡିକୁ ବଡ, ମଧ୍ୟମ ଓ କ୍ଷୁଦ୍ର ବର୍ଗରେ ବିଭକ୍ତ କରାଯାଇଛି । ବଡ ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ସ୍କୋୟାର ଫୁଟ ଜମିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହେବ । ମଧ୍ୟମ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ସ୍କୋୟାର ଫୁଟ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ ହେବ । କ୍ଷୁଦ୍ର ଜିଲ୍ଲାରେ ୧ ଲକ୍ଷ ସ୍କୋୟା ଫୁଟ ଜମିରେ ନିର୍ମାଣ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଭୁବନେଶ୍ୱରରେ ନିର୍ମାଣ ହେବ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ । ଯେଉଁଥିରେ ଜିମ , ଲାଇବ୍ରେରୀ ସହ ୱାନ ବିଏଚକେ ଓ ଟୁ ବିଏଚକେ ରହିବ ।
Views: 9











