ଭୁବନେଶ୍ୱର : ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ । ଗତବର୍ଷ ନଭେମ୍ବର ୨ରେ ବାଘୁଣୀ ରୂପା ଶାବକ ଜନ୍ମ ଦେଇଥିଲା । ମାର୍ଚ୍ଚରେ ବାଘ ଶାବକର ଗୋଡରେ ଘା ହେବାରୁ ଅସୁସ୍ଥ ହୋଇଥିଲା । ଫଳରେ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଔଷଧ ଓ ପୁଷ୍ଟିକର ଖାଦ୍ୟ ସମେତ ନିୟମିତ ଚିକିତ୍ସା ଯତ୍ନ ନିଆଯାଉଥିଲା । ଗତବର୍ଷ ନଭେମ୍ବର ୨ରେ ରୁପାର ୩ ଗର୍ଭରୁ ୪ଟି ଶାବକ ଜନ୍ମ କରିଥିଲା । ଗତ ଶନିବାର ରାତିରେ ବାଘ ଛୁଆର ମୃତ୍ୟୁ ଘଟିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତ ।
Views: 25