ନୂଆଦିଲ୍ଲୀ : ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବାବେଳେ ଡଙ୍ଗା ଓଲଟି ୧୪ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଉଦ୍ଧାର ହୋଇଥିବା ଜଣା ପଡ଼ିଛି । ତେବେ ଏହି ଡଙ୍ଗାରେ ୩୪ ଜଣ ଯାତ୍ରା କରୁଥିବାର ସୂଚନା ମିଳିଛି । ଏନଡିଆରଏଫ ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଇ ଉଦ୍ଧାର କାର୍ୟ୍ୟରେ ଲାଗି ପଡ଼ିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବିହାର ମୁଜଫ୍ପରପୁରରେ ଥିବା ବାଗମତି ନଦୀରେ ଘଟିଯାଇଛି । ଉଦ୍ଧାର କାର୍ୟ୍ୟ ଏବେ ବି ଜାରି ରହିଛି ।ସୂଚନା ମୁତାବକ ଭଟଗାମା ପିପଲ ଘାଟରୁ ପିଲାମାନେ ସ୍କୁଲ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଯାଇଛି । ଘଟଣାକୁ ନେଇ ଜିଲ୍ଲା ଅଧିକାରୀଙ୍କ ତରଫରୁ କୌଣସି ସୂଚନା ମିଳି ପାରି ନାହିଁ । ଡଙ୍ଗାଟି ଏଭଳି ଓଲଟି ପଡ଼ିବ କେହି କେବେ କଳ୍ପନା ମଧ୍ୟ କରି ନଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଡାଇଭର୍ସମାନେ ପିଲାମାନଙ୍କ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତିି । ସେମାନେ ଅନେକ ପିଲାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଏବେ ବି ଅନେକ ଛାତ୍ରଛାତ୍ରୀ ନିଖୋଜ ଅଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ମଧ୍ୟ ଦେଖିବାକୁ ମିଳିିଛି । ନଦୀରେ ପ୍ରବଳ ସ୍ରୋତ ଯୋଗୁଁ ନଦୀରୁ ପିଲାଙ୍କୁ ଉଦ୍ଧାର କରିବାରେ ଡାଇଭର୍ସଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ।
ନଦୀ ପାର ହୋଇ ସ୍କୁଲ ଗଲା ବେଳେ ଓଲଟିଲା ଡଙ୍ଗା, ୧୪ ନିଖୋଜ ୨୦ ଉଦ୍ଧାର

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...