ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ଇଥିଓପିଆରେ ବଡ ଦୁର୍ଘଟଣା । ଏକ ଯାତ୍ରୀ ଭରା ଟ୍ରକ ନଦୀକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୬୦ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ରାଜଧାନୀ ଆଡିସ୍ ଆବାବା ଠାରୁ ୩୦୦ କିମି ଦୂରରେ ଥିବା ସିଡାମା ରାଜରେ ଘଟିଛି ଦୁର୍ଘଟଣା । ଦକ୍ଷିଣ ସିଡାମା ଅଞ୍ଚଳର ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣା ବୋନା ଜିଲ୍ଲାରେ ଘଟିଛି । ଦୁର୍ଘଟଣାରେ ଆହତମାନଙ୍କୁ ବୋନା ଜେନେରାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଇଥିଓପିଆର ବ୍ରଡକାଷ୍ଟିଂ କର୍ପୋରେସନ ଅନୁଯାୟୀ ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଇଜୁଜୁ ଟ୍ରକରେ ଯାଉଥିଲେ । କିନ୍ତୁ ଟ୍ରକଟି ଭାରସାମ୍ୟ ହରାଇ ନଦୀରେ ଖସିପଡିଥିଲା । ଅନ୍ୟପଟେ ଏବେ ବି ନଦୀରେ ଲୋକଙ୍କ ସନ୍ଧାନ ଚାଲିଛି । ସ୍ଥାନୀୟ ଲୋକ ଏବଂ ସରକାରୀ ବିଭାଗ ରିଲିଫ ଏବଂ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି।
Views: 45