ବୈାଦ୍ଧ : ବୈାଦ୍ଧ ଜିଲ୍ଲାରେ ଏସଟିଏଫ ସହ ମୁହାଁ ମୁହିଁ ଘଟଣାରେ ଗଞ୍ଜେଇ ମାଫିଆର ମୃତ୍ୟୁ । ଖାରି ବ୍ରିଜରୁ ନଦୀକୁ ଡେଇଁ ଗୁରୁତର ଆହତ ଗଞ୍ଜେଇ ମାଫିଆର ମୃତ୍ୟୁ ହୋଇଛି । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏସଟିଏଫ କବଳରୁ ବର୍ତ୍ତିବା ପାଇଁ ବ୍ରିଜରୁ ନଦୀକୁ ଡେଇଁ ପଡିଥିଲା । ନଦୀରେ ପାଣି ନ ଥିବାରୁ ଗୁରୁତର ଆହତ ହୋଇଥିଲା ମାଫିଆ । କାଲି କଣ୍ଟାମାଳ ଅଞ୍ଚଳରେ ଏସଟିଏଫ ସହ ମୁହାଁମୁହିଁ ହୋଇଥିଲେ ମାଫିଆ । ମାଫିଆଙ୍କ ଆକ୍ରମଣରେ ଜଣେ ଏସଟିଏଫ କର୍ମଚାରୀ ବି ଆହତ ହୋଇଥିଲେ ।
Views: 24