ବଲାଙ୍ଗୀର : ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାରେ କ୍ରାଇଣବ୍ରାଞ୍ଚର ତନାଘନା । କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ରଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା । ରିମାଣ୍ଡରୁ ବହୁତ ତଥ୍ୟ ମିଳିଛି କହିଲେ କ୍ରାଇମବ୍ରାଞ୍ଚ ଡିଏସପି ।
ଗୋଟିଏ ସପ୍ତାହ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଗତକାଲି ଦୁଇ ପର୍ୟ୍ୟାୟରେ ବଲାଙ୍ଗିର ଟାଉନ ଥାନାରେ ଜାଲ ସାର୍ଟିଫିକେଟର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସ୍ତ୍ରୀ ପୂଜା ମିଶ୍ର ଓ ଅନ୍ୟତମ ଅଭିଯୁକ୍ତ ଆଲୋକ ଉଦ୍ଗାଥାଙ୍କ ସ୍ତ୍ରୀ ସୋନିଆ ଉଦ୍ଗାଥାଙ୍କୁ ପଚରାଉଚୁରା କରିଥିଲେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ । ଉଭୟଙ୍କୁ ଅର୍ଥନୈତିକ କାରବାର ବିଷୟରେ ପଚାରିଥିବା ଜଣାପଡିଛି । ଏହି ଘଟଣାରେ ଅନେକ ନୂଆଁ ନୂଆଁ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ଏବେ ତଦନ୍ତ ଜାରି ରହିଥିବାରୁ ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି । ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର , ଆଲୋକ ଉଦ୍ଗାତ , ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ ରିମାଣ୍ଡ ରେ ଆଣି ନକଲି ସାର୍ଟିଫିକେଟର ଅସଲି ତଥ୍ୟ ଖୋଜିଛି କ୍ରାଇମବ୍ରାଞ୍ଚ ଟିମ ।
ନକଲି ସାର୍ଟିଫିକେଟ ମାମଲା ; ରିମାଣ୍ଡରେ ବହୁତ ତଥ୍ୟ ମିଳିଛି

Facebook
Twitter
LinkedIn
Facebook
Twitter
LinkedIn
Recent News
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...