The Ultimate Managed Hosting Platform
ADVERTISEMENT

ନକଲି ରସିକ ଡାକ୍ତରଙ୍କ ଘରେ କମିଶନରେଟ୍ ପୋଲିସର ଚଢାଉ

Facebook
Twitter
LinkedIn

ଭୁବନେଶ୍ବର : ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର । ଖୋଲିବାରେ ଲାଗିଛି ନକଲି ରସିକ ଡାକ୍ତର ରମେଶ ସ୍ବାଇଁଙ୍କଗୁମର ।ପ୍ରତିଦିନ କିଛି ନୂଆ ନୂଆ ମାମଲା ରୁଜୁ ହେଉଛି । କମିଶନରେଟ୍ ପୋଲିସ ନକଲି ରସିକ ଡାକ୍ତରଙ୍କ ଘରେ ଚଢାଉ କରିଛି । ତେବେ ମଙ୍ଗଳବାର ରାତିରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ରେ ଥିବା ରମେଶଙ୍କ ଘରୁ ୧୫ଟି ବ୍ୟାଙ୍କର ପାସବୁକ୍ ସ୍ଵତନ୍ତ୍ର ଟିମ୍ ଜବତ କରିଛି । ଏଥିସହିତ କଲିକତାରୁ ଠକେଇ କରି ଆଣିଥିବା ୬ଟି ଅଣ୍ଡାରୁ ଛୁଆ ବାହାରୁଥିବା ମେସିନ ଜବତ କରାଯାଇଛି । ସ୍ଵତନ୍ତ୍ର ଟିମ୍ ରମେଶର ଭିଣୋଇ ଗଣେଶଙ୍କ ଘରେ ମଧ୍ୟ ଚଢାଉ କରିଥିଲା । ହେଲେ ପୋଲିସକୁ ଖାଲି ହାତରେ ଫେରିବାକୁ ପଡିଛି । ଯେତେ ଖୋଲିଲେ ଆହୁରି ଫିଟୁଛି ନକଲି ରସିକିଆ ଡାକ୍ତରଙ୍କ ଗୁମର । ମଙ୍ଗଳବାର ଖଣ୍ଡଗିରି ଥାନାରେ ପୁଣି ଏକ ମାମଲା ରୁଜୁ ହୋଇଛି । ଭୁବନେଶ୍ବର ଏମସ୍‌ରେ MBBS ଆଡମିଶନ କରିବାକୁ କହି ୧୮ଲକ୍ଷ ଠକି ନେଇଥିଲେ ଡାକ୍ତର ରମେଶ ସ୍ବାଇଁ । ଜଗତସିଂପୁର ଅଭୟ ଦାସଙ୍କୁ ଜାଲରେ ଫସେଇଥିଲେ । ପୁଅର ଆଡମିଶନ ପାଇଁ ଟ୍ରାକ୍ଟର ଓ ଜମି ବିକି ଏହି ଟଙ୍କା ଦେଇଥିଲେ ଅଭୟ ଦାସ । ସେପଟେ ବୁଧବାର ସରୁଛି ଡାକ୍ତର ରମେଶ ସ୍ବାଇଁଙ୍କ ୫ ଦିନିଆ ରିମାଣ୍ଡ ଅବଧି । ଗତ ୫ ଦିନ ଧରି ମାରାଥନ୍ ଜେରାରେ ରମେଶଙ୍କ ବିରୋଧରେ ଅନେକ ତଥ୍ୟ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login