ଗଜପତି : ଧାନ କିଣା ଦୀବିରେ ତାତିଲେ ଚାଷୀ । ପ୍ରତିବାଦରେ ରାସ୍ତାରୋକ । ରୟତ ସଂଘ ପକ୍ଷରୁ୧୨ଘଣ୍ଟିଆ କାଶୀନଗର ବନ୍ଦ ଡାକରା ଦିଆଯାଇଛି । ଗଜପତି ଜିଲ୍ଲା କାଶୀନଗର ଷ୍ଟେଟ ବ୍ୟାଙ୍କ ଛକ ଓ ଠାକୁରାଣୀ ମନ୍ଦିର ନିକଟରେ ରାସ୍ତାରୋକ କରାଯାଇଛି। ଫଳରେ ପାରଳାଖେମୁଣ୍ଡି-ଗୁଣୁପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। କାଶୀନଗର ପୋଲିସ ଘଟଣସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି । ଚାଷୀଙ୍କୁ ଟୋକେନ ଦିଆଯାଇଥିଲେ ମଧ୍ୟ ମିଲର ଧାନ ଗ୍ରହଣ କରୁନାହାନ୍ତି। ମିଳିଥିବା ଟାର୍ଗେଟର ଧାନ ସଂଗ୍ରହ ହୋଇସାରିଛି। ଅଧିକ ଟାର୍ଗେଟ ମିଳିଲେ ଧାନ ସଂଗ୍ରହ କରାଯିବ ବୋଲିି ମିଲର କହୁଛନ୍ତି ।
Views: 20