ଭୁବନେଶ୍ୱର : ଧର୍ମଶାଳା ରାଜନୈତିକ ହିଂସାକୁ ନେଇ ମୁହଁ ଖୋଲିଲେ ବିଧାୟକ ହିମାଂଶୁ ସାହୁ । ବିଜେଡି ନେତା କ୍ଷମତାରୁ ହଟିବା ପରେ ହିଂସ୍ର ସାଜିଛନ୍ତି । ମିଥ୍ୟା ଆରୋପ ଲଗାଇ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । ଘଟଣା ଯାହା ବି ହେଉ , ଯିଏ ଦୋଷୀ ହୁଅନ୍ତୁ , ପୋଲିସ ଗିରଫ କରୁ । କାଲି ଯେଉଁ ଘଟଣା ଘଟିଛି , ସେଥିପାଇଁ ମୁଁ ମର୍ମାହତ ଓ ଦୁଃଖିତ । ଏଇଠି ଯାଜପୁର ଏସ୍ପି ଅଛି ଏଠାରେ ମଧ୍ୟ ଅଭିଯୋଗ କରିପାରିଥାଆନ୍ତେ । କିନ୍ତୁ ବିନା ଅନୁମତି ଡିଜି ଅଫିସ୍ ସମ୍ମୁଖରେ ଜବରଦସ୍ତି ବସି ପ୍ରହସନ କରୁଛନ୍ତି । ଏହା ସିଧା ସିଧା ସୂଚାଉଛି ଯେ ତାଙ୍କର ରାଜନୈତିକ ସ୍ତରରେ ସେମାନେ ହ୍ରାସ ପାଉଛନ୍ତି । ସାଧାରଣ ଲୋକମାନଙ୍କୁ ବଳିଦେଇ ସୋସିଆଲ ମିଡିଆରେ ହାଇଲାଇଟ୍ ହେବାପାଇଁ ଏସବୁ ଚାଲିଛି ।
Views: 82











