ଯାଜପୁର : ତେଜିଲା ହିମାଂଶୁ-ପ୍ରଣବ କଳି । ଧର୍ମଶାଳାରେ ଜୋର ଧରିଲା ରାଜନୀତି । ଗଣ୍ଡଗୋଳକୁ ନେଇ ଜୋର ଧରିଲା ରାଜନୀତି । କାଲି ରାତିରୁ ଧାରଣାରେ ବସିଛନ୍ତି ଉଭୟ ନେତାଙ୍କ ସମର୍ଥକ । ଭୁବନେଶ୍ୱରରେ ବିଜେଡି ଓ ଯାଜପୁରରେ ବିଜେପିର ଧାରଣା । ଜେନାପୁର ଥାନା ଘେରିଲେ ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକ । ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ ଆଗରେ ବିଜେଡି ନେତାଙ୍କ ଧାରଣା । ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉଭୟ ପକ୍ଷଙ୍କ ଧାରଣା । ପ୍ରଣବ କହିଛନ୍ତି, ଧର୍ମଶାଳାରେ ଗୁଣ୍ଡାରାଜ ଚାଲିବା ନାହିଁ । ନ୍ୟାୟ ନ ମିଳବା ଯାଏ ଧାରଣା ଉଠିବୁ ନାହିଁ କ୍ଷ ତାଙ୍କ ଘର ଭିତରେ ପଶି ମହିଳା, ଯୁବକ, ଛାତ୍ରମାନଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ସହ ମା’ ମାନଙ୍କୁ ମଧ୍ୟ ଅସଦାଚରଣ କରିବା ଅଭିଯୋଗ ଆଣିଛନ୍ତି । ବିଗତ ଦିନରେ କିଛି କାର୍ୟ୍ୟାନୁଷ୍ଠାନ ହୋଇନଥିବାରୁ ସେମାନଙ୍କ ସାହସ ବଢୁଛି ବୋଲି କହିଛନ୍ତି ପ୍ରଣବ । ଧର୍ମଶାଳାରେ ଅରାଜକତା ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ କରିଛନ୍ତି ।
Views: 57











