The Ultimate Managed Hosting Platform
ADVERTISEMENT

ଧର୍ମଶାଳାରେ ଆତଙ୍କ ଖେଳାଇଲା ଜଙ୍ଗଲୀ ହାତୀ

Facebook
Twitter
LinkedIn

ଯାଜପୁର : ଧର୍ମଶାଳାରେ ଆତଙ୍କ ଖେଳାଇଲା ଜଙ୍ଗଲୀ ହାତୀ । ଗାଁ , ବଜାର ସବୁଠି ବୁଲିଲା । ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ଧର୍ମଶାଳା ଓ ଜାରକା ବଜାର ଅଞ୍ଚଳରେ । ଗତକାଲି ରାତିରେ ହାତୀଟି ଯାଜପୁର ଟାଉନ ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିବା ବେଳେ ଆଜି ସକାଳୁ କୁଆଖିଆ ଅଞ୍ଚଳ ଦେଇ ବ୍ରାହ୍ମଣୀ ନଦୀ ପାର ହୋଇ ଧର୍ମଶାଳା ଅଞ୍ଚଳକୁ ପଶି ଆସିଥିଲା । ବଣୁଆ ହାତୀକୁ ଦେଖିବା ପାଇଁ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । କିଛି ସମୟ ପାଇଁ ହାତୀଟି ୧୬ନଂ ଜାତୀୟ ରାଜପଥ ଉପରକୁ ଚାଲି ଆସିବାରୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଏହି ସମୟରେ ହାତୀଟି କେତୋଟି ବାଇକକୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା ।ଲୋକଙ୍କ ଭିଡ଼ ସହ ହାତୀକୁ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ଓ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଫଳରେ ବାଧ୍ୟ ହୋଇ ମାଇକ ପ୍ରଚାର କରି ଲୋକଙ୍କୁ ସତର୍କ କରାଇଥିଲା ।କେଉଁଝର ପଟୁ ହାତୀଟି ଚାଲି ଆସିଥିବା ବେଳେ ତାକୁ ଘଉଡାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା କହିଛନ୍ତି ବୈରୀ ବନ ବିଭାଗ ରେଞ୍ଜର।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

ADVERTISEMENT
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

Login