ଉତ୍ତରାଖଣ୍ଡ : ଉତ୍ତରକାଶୀ ଧରାଲିରେ ବାଦଲଫଟା ବର୍ଷା ପରେ ଉତ୍ତରକାଶୀରୁ ରିଷିକେଶ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଧରାଲିରେ ଉଦ୍ଧାର କାର୍ୟ୍ୟ ପାଇଁ ରସେକ୍ୟୁ ଟିମ୍ ପହଞ୍ଚୁଛି । କିନ୍ତୁ ଉତ୍ତରକାଶୀ ଠାରୁ ୨୦ କିମି ପୂର୍ବରୁ ନାଲୁ ପାଣି ନିକଟରେ ପାହାଡ଼ ଖସି ରାସ୍ତାରେ ପଡିଛି । ଫଳରେ ରାସ୍ତା ଅବରୋଧ ହୋଇପଡିଛି । ରେସକ୍ୟୁ ପାଇଁ ଯାଇଥିବା ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଆଗକୁ ବଢିପାରୁନି । ଗତ ରାତିରୁ ଉତ୍ତରାଖଣ୍ଡରେ ଅଧିକ ବର୍ଷା ହେଉଛି । ପାଣିପାଗ ବିଭାଗ ତରଫରୁ ଏସବୁ ସ୍ଥାନ ପାଇଁ ଆଲର୍ଟ ଜାରି କରାଯାଇଛି । ହରିଦ୍ବାର, ନୈନିତାଲ ଭଳି ଜିଲ୍ଲାରେ ରେର୍ଡ ଆଲର୍ଟ ଜାରି କରାଯାଇଛି । ଉତ୍ତରକାଶୀରୁ ଭଟବାରି ଯାଉଥିବା ରାସ୍ତା ଧସିବା ଅବସ୍ଥାରେ ରହିଛି । ଆଇଟିବିପି ଏବଂ ଆମ୍ବୁଲାନ୍ସ ଗାଡି ବାଟରେ ଅଟକିଛି । ଭଟବାରିରେ ପାଖାପାଖି ୧୫୦ ମିଟର ରାସ୍ତା ଧୋଇଯାଇଛି ।
Views: 28