The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଧରାପଡିଲେ ଟିଉସନ୍ ସାର୍‌

Facebook
Twitter
LinkedIn

ରାଉରକେଲା : ଧରାପଡିଲେ ଟିଉସନ ମାଷ୍ଟର । ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ହୋଇଥିବା ଘଟଣାରେ ଟିଉସନ ସାର୍ ଯୋଗେଶ ଶର୍ମୀଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଏପରି ଘଟଣା ଘଟିଛି ସୁନ୍ଦରଗଡ଼ କୁତ୍ରା ଥାନା ଅଞ୍ଚଳରେ । ଗତ ୫ ତାରିଖ ଦିନ ନାବାଳିକାଙ୍କୁ ନେଇ କେଉଁଆଡେ ଫେରାର ହୋଇଯାଇଥିଲେ ଟିଉସନ ସାର୍ । ପରିବାରର ଅଭିଯୋଗ ପରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ । ଶେଷରେ ଟିଉସନ୍ ସାର୍‌ଙ୍କୁ ବାନ୍ଧିଛି ପୋଲିସ । ବିହାର ରାଜ୍ୟର ସିବାନ ଜିଲ୍ଲା କରୁଆ ଅଞ୍ଚଳର ଏକ ଭଡ଼ାଘରୁ ନାବାଳିକାଙ୍କୁ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୋଲିସ । ଗିରଫ ପରେ ପୋଲିସକୁ ଅନେକ ତଥ୍ୟ ମିଳିଛି । ନାବାଳିକାଙ୍କୁ ନେଇ ଫେରାର ହେବା ପରେ ଟିଉସନ ସାର୍ ତାଙ୍କୁ ବିବାହ ମଧ୍ୟ କରିଛନ୍ତି । ତାଙ୍କ ମଥାରେ ସିନ୍ଦୁର ଓ ଶଙ୍ଖା ଦେଇ ବିବାହ କରିଛନ୍ତି ଟିଉସନ ସାର୍। ସେପଟେ କୁତ୍ରା ଥାନା ପୋଲିସ ଅଭିଯୁକ୍ତ ଟିଉସନ ସାର୍‌ଙ୍କୁ କୋର୍ଟ ଚାଲାଣ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login